ହନିପ୍ରୀତଙ୍କ ଥିଲା ବଲିଉଡ ପ୍ରତି ଆକର୍ଷଣ: ୧୯ ବର୍ଷ ତଳ ଡାଏରୀରେ ରହିଛି ବିଗ୍‌ ଷ୍ଟାରଙ୍କ ଫଟୋ

Honeypreet-Salman-Khan

ମୁମ୍ବାଇ: ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତଙ୍କୁ ନେଇ ଏକ ବଡ ଖୁଲାସା ହୋଇଛି। ଏକ ଟିଭି ଚ୍ୟାନେଲ ହାତରେ ଲାଗିଛି ହନପ୍ରୀତଙ୍କ ୧୯ ବର୍ଷର ଏକ ପୁରୁଣା ଡାଏରୀ। ଯେଉଁଥିରେ ରହିଛି ତାଙ୍କ ମନର କଥା। ଏହାସହ ବଲିଉଡ ଷ୍ଟାର ସଲମାନ ଓ ଶାହାରୁଖଙ୍କ ପ୍ରତି ଥିବା ତାଙ୍କ ଆକର୍ଷଣ ମଧ୍ୟ ଡାଏରୀରୁ ଜଣାପଡୁଛି।

୧୦୩ ପେଜର ଏହି ଡାଏରୀରେ ହନିପ୍ରୀତ ଅନେକ ସାଏରୀ ଲେଖିଛନ୍ତି। ହିନ୍ଦୀ ଓ ଇଂରାଜୀରେ ଲେଖା ଯାଇଥିବା ଏହି ଡାଏରୀ ତାଙ୍କର ବହୁତ ପ୍ରିୟ ଥିଲା। ଯାହାକୁ ଏତେଦିନ ହେବ ସେ ସାଇତି ରଖିଥିଲେ। ଡାଏରୀରେ ବିଭିନ୍ନ ପୃଷ୍ଟାରେ ଫିଲ୍ମର ଡାଏଲଗ ଓ ସାଏରୀ ଲେଖାଯାଇଛି।

ବିଗ୍‌ ଷ୍ଟାରଙ୍କ ବିଗ୍‌ ଫ୍ୟାନ ଥିଲେ ହନିପ୍ରୀତ

ଡାଏରୀର ରତୁର୍ଥ ପୃଷ୍ଟାରେ ବଲିଉଡ ଷ୍ଟାର ସଲମାନ ଖାନଙ୍କ ‘ଜବ ପ୍ୟାର କିସି ସେ ହୋତା ହେ’ର ପୋଷ୍ଟର ଫଟୋ ରହିଛି। ଏଥିରୁ ଜଣାପଡୁଛି ପିଲାଦିନରୁ ହନିପ୍ରୀତ ସଲମାନଙ୍କୁ ପସନ୍ଦ କରୁଥିଲେ। ଡାଏରୀ ଅନୁସାରେ ସେ ସଲମାନଙ୍କ ବଡ ପ୍ରଶଂସକ ଥିଲେ ଓ ତାଙ୍କର ପ୍ରାୟ ସବୁ ଫିଲ୍ମ ଦେଖୁଥିଲେ।

କେବଳ ସଲମାନ ନୁହଁନ୍ତି, ଶାହାରୁଖ ଖାନ ଓ ଅମୀର ଖାନଙ୍କ ଫଟୋ ମଧ୍ୟ ରହିଛି ଏଥିରେ। ତିନି ଖାନ୍‌ଙ୍କ ବ୍ୟତୀତ ଚନ୍ଦ୍ରଚୂଡଙ୍କ ଫଟୋ ରହିଛି।

କାଜଲଙ୍କୁ ସେ ବହୁତ ପସନ୍ଦ କରୁଥିଲେ। ଡାଏରୀର ଏକ ପୃଷ୍ଟାରେ କାଜଲଙ୍କ ଫଟୋ ଲଗାଇ ‘How Sweet’ ଲେଖିଛନ୍ତି। ଏହାସହ ତବୁଙ୍କ ଫଟୋ ମଧ୍ୟ ରହିଛି।

ସେ ସମୟରେ ସବୁ ବଡ଼ କଳାକାରଙ୍କ ଫଟୋ ଓ ତାଙ୍କ ସମ୍ପର୍କରେ ବହୁ କଥା ତାଙ୍କ ଡାଏରୀରେ ରହିଛି। ସେ କେବେ ହିରୋଇନ ହେବାକୁ ଚାହୁଁଥିବା ଏହା ପ୍ରମାଣ କରୁଛି।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend