ହ୍ୱାଟ୍ସଆପ୍‌ରେ ତଲାକ୍ ତଲାକ୍ ତଲାକ୍‌: ପ୍ରବାସୀ ସ୍ୱାମୀଙ୍କ ପ୍ରବଞ୍ଚନା

Whatsapp-Re

ହାଇଦ୍ରାବାଦ୍: ହ୍ୱାଟ୍ସଆପ୍‌ରେ ତଲାକ୍ ତଲାକ୍ ତଲାକ୍। ମୋଦି ସରକାର ଟ୍ରିପଲ୍ ତଲାକ୍‌ ବ୍ୟାନ୍ କରିବାକୁ ଅଣ୍ଟା ଭିଡିଥିବା ବେଳେ ହାଇଦ୍ରାବାଦରେ ପୁଣି ଆସିଛି ଏମିତି ଏକ ସମ୍ୱେଦନଶୀଳ ଖବର। ଜଣେ ମହିଳାଙ୍କୁ ତାଙ୍କ ଏନ୍ଆରଆଇ ସ୍ୱାମୀ ହ୍ୱାଟ୍ସଆପ୍‌ରେ ଟ୍ରିପଲ୍ ତଲାକ୍ ମେସେଜ୍ ଦେଇଛନ୍ତି। ଗତବର୍ଷ ନଭେମ୍ୱର ମାସ ୨୮ତାରିଖରେ ସ୍ୱାମୀଙ୍କୁଠାରୁ ଏହି ମେସେଜ୍ ପାଇଛନ୍ତି ମହିଳାଜଣକ। ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୧୫ରେ ତାଙ୍କ ବିବାହ ହୋଇଥିଲା। ମାତ୍ର କିଛି ମାସ ପରେ ସ୍ୱାମୀ ତାଙ୍କୁ ଘରୁ କାଢି ଦେଇଥିଲେ। ତେବେ ଆପୋଷ ବୁଝମଣା କରି ସ୍ୱାମୀଙ୍କ ପାଖକୁ ଫେରିବାକୁ ଚେଷ୍ଟା କରିଥିଲେ। ତେବେ ସ୍ୱାମୀ ନିଜ ସ୍ତ୍ରୀକୁ ଫେରାଇ ନେବା ପରିବର୍ତ୍ତେ ଦୁବାଇରେ ରହି ମେସେଜ୍ ଦେଇଥିଲେ ତଲାକ୍ ତଲାକ୍ ତଲାକ୍। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ୪୨୦, ୪୦୬ ଓ ୫୦୬ ଦଫାରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Previous ArticleNext Article

Send this to a friend