ଦଶ ହଜାର କୋଟି ଟଙ୍କାରେ ୧୨ଟି ଜାପାନୀ ଏୟାରକ୍ରାଫ୍ଟ କିଣିବ ଭାରତ

us-2i-aircraft

ନୂଆଦିଲ୍ଲୀ: ନଭେମ୍ବର ୧୧ ଓ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୋକିଓ ଗସ୍ତକୁ ଆଖି ଆଗରେ ରଖି ଭାରତ ଦଶ ହଜାର କୋଟି ଟଙ୍କାରେ ୧୨ଟି ଜାପାନୀ ଏୟାରକ୍ରାଫ୍ଟ US-2i କିଣିବା ନେଇ ଶୀଥିଳ ପଡ଼ି ଯାଇଥିବା ପ୍ରୋଜେକ୍ଟ ଉପରେ ପୁଣି କାମ ଆରମ୍ଭ କରାଯାଇଛି।

ଏହି US-2iରେ ଏପରି କୌଶଳର ବ୍ୟବହାର କରାଯାଇଛି ଯାହା ଉଭୟ ସ୍ଥଳ ଓ ଜଳ ଭାଗରେ ଉଡ଼ାଣ ଭରିପାରିବ। ମୋଦିଙ୍କ ଜାପାନ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହେବାର ଯୋଜନା ରହିଛି। ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଅଧ୍ୟକ୍ଷତାରେ ଡିଫେନ୍ସ ଏକ୍‌ଜିବିସନ କାଉନସିଲର ମିଟିଂରେ ମଧ୍ୟ ଏହି ପ୍ରୋଜେକ୍ଟକୁ ନେଇ ଆଲେଚନା କରାଯାଇଛି। ଏହି ୧୨ଟି ଏୟାରକ୍ରାଫ୍ଟରୁ ୬ଟି କୋଷ୍ଟ ଗାର୍ଡକୁ ଏବଂ ଆଉ ୬ଟି ନୌସେନାକୁ ଦିଆଯିବ।

US-2iକୁ ସର୍ଚ୍ଚ ଅପରେସନ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବ। ଜରୁରୀକାଳୀନ ପରିସ୍ଥିତିରେ ୩୦ଜଣ ସୈନିକଙ୍କୁ ମଧ୍ୟ ଏହି US-2i ମାଧ୍ୟମରେ ଘଟଣାସ୍ଥଳକୁ ପଠାଯିବ।

Previous ArticleNext Article

Send this to a friend