ବନ୍ଦ ଲଫାପାରେ ପୋଷ୍ଟମର୍ଟମ୍ ରିପୋର୍ଟ

justice-loya_650x400_41511635856

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେବ ଜଷ୍ଟିସ୍ ବିଏଚ୍ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ଶୁଣାଣି। ସବୋର୍ଚ୍ଚ ଅଦାଲତ ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ପୂର୍ବରୁ ମାମଲାର ଶୁଣାଣି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ଦ୍ୱାରା ଆରମ୍ଭ ହୋଇଥିଲା। ତେବେ ପ୍ରଧାନ ବିଚାରପତିଙ୍କ ବିରୋଧରେ ୪ ବରିଷ୍ଠ ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ ପରେ ମାମଲାକୁ ନିଜ ଖଣ୍ଡପୀଠରେ ରଖିଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର। ଏହି ମାମଲାରେ ମହାରାଷ୍ଟ୍ର ସରକାର କୋର୍ଟରେ ବନ୍ଦ ଲଫାପାରେ ପୋଷ୍ଟମର୍ଟମ୍ ରିପୋର୍ଟ ଦାଖଲ କରିଛି। ଯାହାକୁ ନେଇ ତଦନ୍ତ ଆଗକୁ ବଢ଼ିବ। ସେପଟେ ଜଷ୍ଟିସ୍ ଲୋୟାଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିବା କହିଛନ୍ତି ତାଙ୍କ ପରିବାର ଲୋକ। ଏହାସହ ମହାରାଷ୍ଟ୍ର ପୋଲିସ ମଧ୍ୟ ମାମଲାକୁ ନେଇ ନିଜ ପକ୍ଷ ରଖିଛି।

Previous ArticleNext Article

Send this to a friend