ପଥର ହୋଇଛି ନରମ ହୃଦୟ: କାଶ୍ମୀର ଝିଅଙ୍କ ହାତରେ କିଏ ଧରାଇଲା ଢେଲା ?

kashmir lady 2

ଆଜିର ପୁରୁଷପ୍ରଧାନ ସମାଜରେ ନାରୀମାନେ ମଧ୍ୟ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନାରୀମାନେ ସାମ୍ନାକୁ ଆସି ନିଜର ଉପସ୍ଥିତି ଜାହିର କରୁଛନ୍ତି।  ଏବେ ଜମ୍ମୁ ଓ କାଶ୍ମୀରର ଝିଅମାନେ ସାମ୍ନାକୁ ଆସୁଛନ୍ତି ସତ କିନ୍ତୁ ହାତରେ ଢେଲା ଧରି। ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ଅଶାନ୍ତ ରହୁଥିବା କାଶ୍ମୀରର ଝିଅଙ୍କ ଭିନ୍ନ ଏକ ରୂପ ଦେଖି ତାଜୁବ ହୋଇଯାଇଛନ୍ତି ଭାରତବାସୀ।

ପୂର୍ବରୁ କାଶ୍ମୀରର ଯୁବକମାନେ ବିକ୍ଷୋଭ ନାଁରେ ସୀମା ସୁରକ୍ଷା ବଳର ଯବାନଙ୍କ ଉପରକୁ ପଥର ମାଡ଼ କରୁଥିବାର ଆପଣ ଦେଖିଥିବେ। କିନ୍ତୁ ଏବେ କାଶ୍ମୀରର ଝିଅ ମଧ୍ୟ ସମାନ ପନ୍ଥା ଆପଣାଇଛନ୍ତି। ଆତଙ୍କବାଦକୁ ପୋତ୍ସାହିତ କରୁଥିବା କିଛି ଅସାମାଜିକ ଯୁବକ କାଶ୍ମୀରର ନାବାଳିକା ସ୍କୁଲଛାତ୍ରୀଙ୍କ ହାତରେ ଏବେ ଧରାଇ ଦେଇଛନ୍ତି ଢେଲା । ନିର୍ଦ୍ଦେଶ ମିଳିବା ମାତ୍ରେ ଏମାନେ ସୁରକ୍ଷାକର୍ମୀଙ୍କ ଉପରେ ଟେକା ପଥରରେ ଆକ୍ରମଣ କରୁଛନ୍ତି।  ଯାହାକୁ ନେଇ ଏବେ ଗଣମାଧ୍ୟମରେ ଚର୍ଚ୍ଚା।

Previous ArticleNext Article

Send this to a friend