ଦିଲ୍ଲୀ ଭୋଟରଙ୍କୁ କେଜ୍ରିଙ୍କ ଚେତାବନୀ; ବିଜେପିକୁ ଭୋଟ୍ ଦେଲେ ଡେଙ୍ଗୁ, ଚିକନଗୁନିଆ ହେବ

kejriwala

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ। ଏଥିପାଇଁ ଶେଷ ହୋଇଛି। ଗତକାଲି ପ୍ରଚାରର ଶେଷ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଭୋଟ୍ ନଦେବାକୁ ଭୋଟରଙ୍କୁ ଅପିଲ୍ କରିଥିଲେ।

ସେ କହିଥିଲେ, ୧୦ ବର୍ଷ ହେଲାଣି ବିଜେପି ଦିଲ୍ଲୀ ମହାନଗର ନିଗମକୁ ନିଜ କବ୍‌ଜାରେ ରଖିଛି। ୧୦ ବର୍ଷରେ ବିଜେପି ଦିଲ୍ଲୀକୁ ପରିଷ୍କାର କରି ପାରିନି। ଯେଉଁ ଦଳ ୧୦ ବର୍ଷରେ ମଶାଙ୍କ ନାଶ କରିପାରିଲା ନାହିଁ ସେ ଆଗାମୀ ଦିନରେ କିପରି ଦିଲ୍ଲୀକୁ ସଫା ରଖିପାରିବେ? ଯଦି ଆପଣମାନେ ବିଜେପିକୁ ଭୋଟ୍ ଦେବେ ତା’ହେଲେ ଆସନ୍ତା ୫ ବର୍ଷ ମଧ୍ୟ ଦିଲ୍ଲୀ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିବ। ଆଉ ଲୋକେ ଡେଙ୍ଗୁ ଓ ଚିକନଗୁନିଆର ଶିକାର ହେଉଥିବେ।

Previous ArticleNext Article

Send this to a friend