ଚିପି ଦେଲେ ଉଡ଼ିଯିବ ଆମେରିକା…

korea

ପୋଙ୍ଗୟାଙ୍ଗ: ନୂଆ ବର୍ଷ ଆରମ୍ଭ ହେଉଣୁ ଆମେରିକାକୁ ଉତ୍ତର କୋରିଆର ବଡ଼ ଧମକ।   ଉତ୍ତର କୋରିଆର ଏକଛତ୍ରବାଦୀ  ଶାସକ କିମ ଜଂଗ ପୁଣିଥରେ ଆମେରିକାକୁ କଡା ଧମକ ଦେଇଇଛନ୍ତି।   ସେ କହିଛନ୍ତ ଯେ, ପରମାଣୁ ଅସ୍ତ୍ରଶସ୍ତ୍ରର  ବଟନ ମୋ ଡେସ୍କରେ ରହିଛି ।  ଏହା କୌଣସି ଧମକ ନୁହେଁ।  ଏହା ସମ୍ପୂର୍ଣ୍ଣ ସତ୍ୟ ।  ନୂଆ ବର୍ଷର ଦେଶବାସୀଙ୍କୁ  ସମ୍ବୋଧିତ କରିବା ଅବସରରେ କିମ ଜଙ୍ଗ କହିଛନ୍ତି ଯେ, ଉତ୍ତର କୋରିଆ ଆମେରିକାର ଯେକୌଣସି ସ୍ଥାନକୁ  ଟାର୍ଗେଟ କରିପାରିବ ।  ପୁରା ଆମେରିକାର ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ପରିସୀମା ମଧ୍ୟରେ ଆସୁଛି ବୋଲି ସେ ଧମକ ଦେଇଛନ୍ତି। କିମ୍‌ ଜଙ୍ଗଙ୍କ  କହିବା ଅନୁସାରେ ଆମେରିକା ବର୍ତ୍ତମାନ ଉତ୍ତର କୋରିଆ ଉପରେ କୌଣସି ଆକ୍ରମଣ କରିପାରିବ ନାହିଁ ।  କାରଣ  ଉତ୍ତର କୋରିଆ  ଆମେରିକାର ସମସ୍ତ ସହରକୁ ଟାର୍ଗେଟ କଲା ଭଳି ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିସାରିଛି ।

ଟେଲିଭିଜନ ମାଧ୍ୟମରେ ଦେଶବାସୀଙ୍କ ସାମ୍ନାରେ କିମ୍‌ କହିଥିଲେ ‘ଆମେରିକା ଏବେ ଆମ ସହ ଯୁଦ୍ଧ କରିବାକୁ ସାହସ କରିପାରିବ ନାହିଁ। କାରଣ ଆମର ପରମାଣୁ ଅସ୍ତ୍ର ଆମେରିକାକୁ ସମୁଳେ ବିନାଶ କରିଦେବ।’ ନୂଆ ବର୍ଷ ପାଇଁ ସାରା ବିଶ୍ୱ ଉତ୍ସବମୁଖର ଥିଲାବେଳେ ଉତ୍ତର କୋରିଆର ଏହି ଧମକ ସମସ୍ତଙ୍କୁ ଚକିତ କରିଦେଇଛି। ଏଭଳି ଖୁସି ଦିନରେ ସମସ୍ତେ ନାଚ ଗୀତରେ ମସଗୁଲ ଥିଲେ ବି ଉତ୍ତର କୋରିଆ ହିଂସାର କଥା କହିଥିଲା। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍ ଟିଭି ସାମ୍ନାକୁ ଆସି ଆମେରିକାକୁ ଦାଦାଗିରି ଦେଖାଇବା ସହିତ ପରୋକ୍ଷରେ ଯୁଦ୍ଧ ପାଇଁ ଏକପ୍ରକାର ଆହ୍ୱାନ ଦେଇଥିଲା। ନୂଆ ବର୍ଷ ଅବସରରେ  ଦେଶବାସୀଙ୍କ ଉଦ୍ଦଶ୍ୟରେ ଅଭିଭାଷଣ ରିଖିବା ନିମନ୍ତେ କିମ୍‌ ଟିଭିସାମ୍ନାକୁ ଆସିଥିଲେ। ସେ କହିଥିଲେ ପୂରା ଆମେରିକା ଆମ ଆମର ପରମାଣୁ ଅସ୍ତ୍ରର ରେଞ୍ଜରେ ରହିଛି। ଆଉ ଏହାର ବଟନ ସବୁବେଳେ ମୋ ଟେବୁଲ ଉପରେ ରହିଥାଏ। ତେବେ କିମ୍‌ଙ୍କ ଏଭଳି ମନ୍ତବ୍ୟ କିଛି ନୂଆ କଥା ନୁହଁ। ଗତବର୍ଷ ଆରମ୍ଭରେ ବି ସେ ଏମିତି କିଛି ଧମକପୂର୍ଣ୍ଣ ଚେତାବନୀ ଦେଇଥିଲେ।

୨୦୧୭ରେ ଉତ୍ତର କୋରିଆ ପରମାଣୁ ଶକ୍ତି ବଢାଇବ ବୋଲି ପୂରା ବିଶ୍ୱକୁ ଜଣାଇ ଦେଇଥିଲେ କିମ୍। ଦେଶ ଏବେ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲାଷ୍ଟିକ ମିଜାଇଲ୍‌ ତିଆରି କରିବା ଓ ଲଞ୍ଚ କରିବାର ଶକ୍ତି ରଖିଥିବା କହିଥିଲା ଉତ୍ତର କୋରିଆ। ଏଥିରେ ଆମେରିକା ମଧ୍ୟ ଉତ୍ତର କୋରିଆକୁ ପାଲଟା ଧମକ ଦେଇଥିଲା। କହିଥିଲା ଉତ୍ତର କୋରିଆ ମନମାନି ଛାଡ଼ୁ ନ ହେଲେ ଗଦ୍ଦାଫି ଓ ସଦ୍ଦାମ ହୁସେନ୍‌ ଭଲି ପରିସ୍ଥିତି ଭୋଗିବେ କିମ୍‌। ଅନ୍ୟପଟେ କିନ୍ତୁ କିମ୍‌ଙ୍କୁ ପରୋକ୍ଷରେ ଭୟ କରୁଥିଲା ଆମେରିକା। ଏପରିକି ଉତ୍ତର କୋରିଆଠାରୁ ଆମେରିକା ଦୂରେଇ ରହିବାକୁ ଆମେରିକାର ପୂର୍ବତନ ସେନା ମୁଖ୍ୟ ମାଇକ୍‌ ମୁଲେନ୍‌ ପରାମର୍ଶ ଦେଇଥିଲେ। ଉତ୍ତର କୋରିଆଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।

Previous ArticleNext Article

Send this to a friend