ଏଠି ଭାଲେଣ୍ଟାଇନ ଡେ’ ପାଳନ ମନା: ଚେତାବନୀ ଦେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

uu

ଲକ୍ଷ୍ମୌ: ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରି ୧୪ରେ ବନ୍ଦ ରହିବ ଲକ୍ଷ୍ମୌ ୟୁନିଭରସିଟି। କ୍ୟାମ୍ପସକୁ ନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ଶିବରାତ୍ରି ପାଇଁ ଏହା ନୁହେଁ ଛାତ୍ରଛାତ୍ରୀମାନେ ଯେମିତି କ୍ୟାମ୍ପସରେ ଭାଲେଣ୍ଟାଇନ ଡେ’ ପାଳନ କରି ନ ପାରିବେ, ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଯିଏ ଭାଲେଣ୍ଟାଇନ୍ ଡେ ପାଳନ କରିବ, ତା’ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏ ସଂପର୍କିତ ଏକ ନୋଟିସ୍ ମଧ୍ୟ ମରାଯାଇଛି।  ଏଥିରେ କୁହାଯାଇଛି, ଆସନ୍ତାକାଲି କ୍ଲାସ ହେବନି କି କୌଣସି ପ୍ରାକ୍ଟିକାଲ ହେବନି କିମ୍ବା କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ନୋଟିସରେ ଲେଖାଯାଇଛି।  ତେବେ ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ କହିଛନ୍ତି, ଆମେ ବଡ଼ ହେଲୁଣି  ଆମେ କଣ କରିବୁ ନ କରିବୁ, ତାହା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥିର କରିବାର ଅଧିକାର ନାହିଁ।

Previous ArticleNext Article

Send this to a friend