ଫେଲ ମାରିଲା ମେଗା ଅସ୍ତ୍ରୋପଚାର : ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି ଚାଲିଗଲା ମହିଳାଙ୍କ ଜୀବନ

p-999

ମୁମ୍ୱାଇ: ଛାତି ଅପରେଶନ ପାଇଁ ୪୩ ଲକ୍ଷ ଟଙ୍କା ଖର୍ଚ୍ଚକଲେ। ଅସ୍ତ୍ରୋପଚାର ବି ୨୦୦ ପ୍ରତିଶତ ସଫଳ ହୋଇଥିବା ଡାକ୍ତର କହିଥିଲେ। ହେଲେ ସବୁପ୍ରକାର ଉଦ୍ୟମ ସତ୍ତ୍ୱେ ମହିଳା ଜଣକର ଜୀବନ ଚାଲିଗଲା। ମୁମ୍ବାଇର ଥାନେ ଅଞ୍ଚଳରେ ରହୁଥିବା ମିଠୁଲାଲ୍ ବାଫନା(୪୩) ବହୁ କଷ୍ଟରେ ପତ୍ନୀଙ୍କ ଚିକିତ୍ସା ପାଇଁ ୪୩ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ହିନ୍ଦୁଜା ହସ୍‌ପିଟାଲରେ ହୃଦ ରୋଗ  ବିଶେଷଜ୍ଞ ତତ୍ୱାବଧାନରେ ଅସ୍ତ୍ରୋପଚାର ହେବା ସତ୍ତ୍ୱେ ତାଙ୍କ ପତ୍ନୀଙ୍କ ହାର୍ଟରେ ‘ବଲ୍ବ’ ସ୍ଲିପ୍‌ କରିଯାଇଥିଲା। ତେବେ ଏତେ ଟଙ୍କା ଖର୍ଚ୍ଚ ପରେ ବି ଏମିତି କେମିତି ଘଟିଲା ବୋଲି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏନେଇ ସେ ମହାରାଷ୍ଟ୍ର ମେଡିକାଲ କାଉନସିଲଙ୍କୁ ଅଭିଯୋଗ କରିଛନ୍ତ। ସେ କହିଛନ୍ତି,“ଡାକ୍ତର ମୋତେ ଆଶ୍ୱସନା ଦେଇଥିଲେ । କହିଥିଲେ ଟ୍ରାନ୍ସକେଟର ମିଟ୍‌ରାଲ ‘ବଲ୍ବ’ର ପ୍ରତିରୋପଣ ୨୦୦ ପ୍ରତିଶତ  ସେଭ୍‌ ରହିଛି। ମୋ ପତ୍ନୀ କେବଳ ୫ ଦିନରେ ହିଁ ସୁସ୍ଥ ହୋଇ ଘରକୁ ଫେରିଯିବ। ତେବେ ୬୦ ଦିନ ପରେ କୋମା ଅବସ୍ଥାରେ ଆମ୍ୱୁଲାନ୍ସ ବସିବାର କିଛି ସମୟ ମଧ୍ୟରେ  ମୋ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା।

ମିଠୁଲାଲଙ୍କ ଜ୍ୱାଇଁ କହିଛନ୍ତି,”ପ୍ରଥମେ ଆମକୁ କୁହାଯାଇଥିଲା ଚିକିତ୍ସା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ପରେ ଏହା ଦୁଇ ଗୁଣ ବଢ଼ି ଯାଇଥିଲା। ସୂଚନା ଅନୁଯାୟୀ, ୬ ବର୍ଷ ପୂର୍ବେ ମିଠୁଲାଲଙ୍କ ପତ୍ନୀଙ୍କ ଓପନ୍‌ ସର୍ଜରୀ କରାଯାଇଥିଲା। ଅପରେସନ୍‌ର ୬ ମାସ ପରେ ସେ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା କହିଥିଲେ।

ସେତେବଳେ ଅପରେସନ୍ କରିଥିବା ଡାକ୍ତର କହିଛନ୍ତି ଯେ, ପୁଣି ଥରେ ଓପନ୍ ସର୍ଜରୀ କରିବା ବିପଦ ଥିବାରୁ ଆମେ ମନା କରି ଦେଉଥିଲୁ। ଏହି ମେଡିକାଲ୍‌ କେସ୍‌ ଏତେ ଜଟିଳ ଯେ, ଅପରେସନ୍‌ର ବିପଦ ଅଧିକ ଥାଏ। ଯେଉଁଥିପାଇଁ ‘ବଲ୍ବ’ ସ୍ଲିପ୍‌  କରିବାର ୨୦ ପ୍ରତିଶତ ଅଧିକ ରିକ୍ସ ଥିଲା।

Previous ArticleNext Article

Send this to a friend