‘ଇଣ୍ଡିଆ’ଙ୍କୁ ଇଣ୍ଡିଆ ତରଫରୁ ଜନ୍ମ ଦିନର ଶୁଭେଚ୍ଛା: ମୋଦି

modi

ନୂଆଦିଲ୍ଲୀ: ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜଣ୍ଟି ରୋଡ୍ସଙ୍କ ଝିଅଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ‘ଇଣ୍ଡିଆ’ ତରଫରୁ ‘ଇଣ୍ଡିଆ’ଙ୍କୁ ଜନ୍ମଦିନର ଶୁଭେଚ୍ଛା।

ବୁଝି ପାରିଲେନି? ଜଣ୍ଟି ରୋଡ୍ସଙ୍କ ଝିଅଙ୍କ ନାଁ ‘ଇଣ୍ଡିଆ’। ତେଣୁ ପ୍ରଧାନମନ୍ତ୍ରୀ ଭାରତ ତରଫରୁ ‘ଇଣ୍ଡିଆ’ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜଣେ ଭଲ ଫିଲ୍‌ଡର ଭାବେ ଜଣାଶୁଣା ଜଣ୍ଟି  ୨୦୧୫ ଏପ୍ରିଲ୍‌ରେ ତାଙ୍କ ଝିଅଙ୍କ ନାଁ ‘ଇଣ୍ଡିଆ’ ରଖିଥିଲେ। ‘ଇଣ୍ଡିଆ’ଙ୍କୁ  ଗତକାଲି ଦୁଇ ବର୍ଷ ପୂରିଲା।

ଭାରତୀୟ ସଂସ୍କୃତି, ପରମ୍ପରା ଓ ସଭ୍ୟତାରେ ପ୍ରଭାବିତ ହୋଇ ଜଣ୍ଟି ନିଜ ଝିଅର ନାଁ ’ଇଣ୍ଡିଆ’ ରଖିଛନ୍ତି।

Previous ArticleNext Article

Send this to a friend