ମୋଜାମ୍ବିକ: ପେଟ୍ରୋଲ୍‌ ବୋଝେଇ ଟ୍ରକରେ ବିସ୍ଫୋରଣ, ୭୩ ମୃତ

mozambick

ମାପୁତୋ(ମୋଜାମ୍ବିକ୍‌): ଦକ୍ଷିଣ ଆଫ୍ରିକର ପଶ୍ଚିମ ମୋଜାମ୍ବିକରେ ଆଜି ସକାଳେ ଏକ ପେଟ୍ରୋଲ୍‌ ବୋଝେଇ ଟ୍ରକରେ ଅଚାନକ ବିସ୍ଫୋରଣ ଘଟିବାରୁ ୭୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି।

ସରକାରୀ ରିପୋର୍ଟ ଅନୁଯାୟୀ, ଆଜି ସକାଳେ ଏହି ପେଟ୍ରୋଲ ବୋଝେଇ ଟ୍ରକରୁ ଲୋକେ ପେଟ୍ରୋଲ୍‌ ବାହାରୁ କରୁଥିବା ସମୟରେ ବିସ୍ପୋରଣ ଘଟିଥିଲା। ଅତ୍ୟଧିକ ଗରମ ହେବା କାରଣରୁ ଟ୍ରକରେ ବିସ୍ପୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିସ୍ପୋରଣ ଯୋଗୁଁ ବହୁ ଜୋରରେ ନିଆଁ ଲାଗି ଯାଇଥିଲା।

Previous ArticleNext Article

Send this to a friend