ହିନ୍ଦୁ ହେବାକୁ ମୁସଲିମ୍‌ ବୋହୂଙ୍କ ଧମକ

stream_img-1

ଅଲିଗଡ଼: ମୋତେ ଘରେ ପୂରାଇ ନଦେଲେ ମୁଁ ହିନ୍ଦୁ ହୋଇଯିବି।  ଏମିତି ଚରମବାଣୀ ଜଣେ ମୁସଲିମ ମହିଳା ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ଶୁଣାଇଛନ୍ତି। ଏଭଳି ଘଟଣା ଉତ୍ତରପଦେଶର ବୁଲନ୍ଦ ସହରରେ ଘଟିଛି। ସମ୍ପୃକ୍ତ ମହିଳା ଜଣକୁ ଶ୍ୱଶୁର ଘର ଲୋକେ ପୂରାଇ ନ ଦେବାରୁ ବାଧ୍ୟ ହୋଇ ସେ ଏଭଳି ଧମକ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ୩୦ ବର୍ଷୀୟ ଏହି ମହିଳା ଜଣକ ୨୦୧୨ରେ ୟୁପିର ଜମାଲପୁରର ମହମ୍ମଦ ସରିଫ୍‌ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର କିଛି ମାସ ପରେ ପାରିବାରିକ କନ୍ଦଳ ହେବାରୁ ମହମ୍ମଦଙ୍କ ସ୍ତ୍ରୀ ଘର ଛାଡ଼ି ବାପଘରକୁ ପଳାଇଯାଇଥିଲେ। ସମ୍ପୃକ୍ତ ମହିଳାଙ୍କର ୪ ବର୍ଷର ପିଲାଟିଏ ମଧ୍ୟ ଅଛି।

ମଙ୍ଗଳବାର ମହିଳା ଜଣକ ଶ୍ୱଶୁର ଘରକୁ ଫେରିଥିଲେ। ହେଲେ ପରିବାର ଲୋକେ ତାଙ୍କୁ ଘରେ ପୂରାଇ ଦେଇ ନ ଥିଲେ। ଏନେଇ ଗାଁରେ ଏକ ବୈଠକ ବସିଥିଲା। ଘଟଣାର ସମାଧାନ ପାଇଁ ସ୍ଥାନୀୟ ହିନ୍ଦୁ ମହାସଭାର ନେତାମାନେ ହସ୍ତକ୍ଷେପ କରିଥିଲେ। ବୈଠକରେ ମହିଳା ଜଣକ ଶ୍ୱଶୁର ଘର ଲୋକଙ୍କୁ ଧମକ ଦେଇଥିଲେ। କହିଥିଲେ ମୋତେ ଯଦି ଘରେ ନ ପୂରାଯାଏ ତେବେ ମୁଁ ହିନ୍ଦୁ ହୋଇଯିବି।

Previous ArticleNext Article

Leave a Reply

Your email address will not be published. Required fields are marked *