ବିଶ୍ୱର ଶହେ ଶକ୍ତିଶାଳୀଙ୍କ ମଧ୍ୟରେ ପେଟିଏମ୍ ପ୍ରତିଷ୍ଠାତା ବିଜୟ ଶଙ୍କର; ଟାଇମ୍ ମାଗାଜିନ୍ ପ୍ରକାଶ କଲା ତାଲିକା

modi

ନୂଆଦିଲ୍ଲୀ: ଟାଇମ୍ ମାଗାଜିନ୍‌ ପକ୍ଷରୁ ଜାରି କରାଯାଇଥିବା ଦୁନିଆର ସବୁଠୁ ୧୦୦ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶଙ୍କର। ଚଳିତ ବର୍ଷ ପାଇଁ ଜାରି କରାଯାଇଥିବା ଏହି ତାଲିକାରେ ମାତ୍ର ଦୁଇ ଜଣ ଭାରତୀୟ ସ୍ଥାନ ପାଇଛନ୍ତି। ଏଥିରେ ସ୍ଥାନ ପାଇଥିବା ଆଉ ଜଣେ ଭାରତୀୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଟାଇମ ମାଗାଜିନ୍ ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଟେରେଜା ମେଙ୍କୁ ମଧ୍ୟ ସ୍ଥାନିତ କରିଛି।

ମାଗାଜିନ୍‌ରେ ମୋଦିଙ୍କ ପ୍ରୋଫାଇଲ୍ ଜଣାଶୁଣା ଲେଖକ ପଙ୍କଜ ମିଶ୍ରା ଲେଖିଥିବା ବେଳେ ବିଜୟ ଶଙ୍କରଙ୍କ ପ୍ରୋଫାଇଲ୍ ଲେଖିଛନ୍ତି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନୀଲକାନୀ। ଗତ ବର୍ଷ ନଭେମ୍ବର ମାସରେ ଭାରତ ସରକାର ଦେଶର ୮୬ ପ୍ରତିଶତ ନୋଟ୍‌କୁ ଅଚଳ କରି ଦେବା ପରେ ପେଟିଏମ୍ ଏହାର ଫାଇଦା ଉଠାଇଥିଲା ବୋଲି ନୀଲକାନୀ ଲେଖିଛନ୍ତି। ନୋଟବନ୍ଦୀ ସ୍ଥିତିରେ ଦୈନନ୍ଦିନ କିଣାବିକା ପାଇଁ ପେଟିଏମ୍‌ର ବ୍ୟବହାର କରିବାକୁ ବିଜୟ ଲୋକଙ୍କୁ ଆକର୍ଷିତ କରିଥିଲେ। ୨୦୧୬ ପ୍ରାରମ୍ଭରେ ପେଟିଏମ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୧୨. ୨ କୋଟି ଥିଲା। କିନ୍ତୁ ୨୦୧୬ ଶେଷ ଆଡ଼କୁ ଏହି ସଂଖ୍ୟା ୧୭.୭ କୋଟିରେ ପହଞ୍ଚି ଯାଇଥିଲା।

Previous ArticleNext Article

Send this to a friend