ପୁଣେରୁ ମୁମ୍ବାଇକୁ ଡେଇଁଲା ହିଂସା

maharastra

ଭୀମା-କୋରେଗାଁ ଲଢେଇକୁ ନେଇ ଦେଖାଦେଇଥିବା ହିଂସା ମହାରାଷ୍ଟ୍ରରେ ବ୍ୟାପିବାରେ ଲାଗିଛି। ହିଂସା ଏବେ ପୁଣେରୁ ମୁମ୍ବାଇରେ ପହଞ୍ଚି ଯାଇଛି। ରାଜ୍ୟ ସରକାର ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେବା ସହ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ହେଲେ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିବାରେ ଲାଗିଛି।

ଗତକାଲି ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିବା ପରେ ଏହା ହିଂସାର ରୂପ ନେଇଛି। ପୂରା ରାଜ୍ୟରେ ହାଇ ଆଲର୍ଟ କରାଯାଇଛି।

ହିଂସାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଅପ୍ରିତୀକର ଘଟଣା ଦେଖାଦେଇନି। ଦୋକାନ, ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି। କିଛି ସ୍ଥାନରେ ବସ୍ ସେବାକୁ ବାତିଲ୍ କରାଯାଇଛି। ମୁମ୍ବାଇରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି। ଥାନେରେ ବିକ୍ଷୋଭକାରୀଙ୍କୁ ବୁଝାଶୁଝା ପରେ ରେଳରୋକ ହଟିଛି।

ଆଙ୍ଗ୍ଲୋ-ମରାଠା ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଗତକାଲି ପୁନେରେ ଦଳିତମାନଙ୍କ ଏକ ରାଲିର ଆୟୋଜନ କରାଯାଇଥିଲା। ରାଲି ପୂର୍ବରୁ ହିଂସାକାଣ୍ଡ ଘଟିଥିଲା ଓ ଜଣେ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା।

Previous ArticleNext Article

Send this to a friend