ଆର.କେ.ନଗର ଉପନିର୍ବାଚନ: ଜୟଲଳିତାଙ୍କ ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟ ଗ୍ରହଣ

ନୂଆଦିଲ୍ଲୀ: ତାମିଲନାଡୁର ଆର.କେ.ନଗର ଉପନିର୍ବାଚନ ଗୁରୁବାର ଅନୁଷ୍ଠିତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା। ଏଥିପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଏହାକୁ ବାତିଲ କରିବା ପାଇଁ ପୂର୍ବରୁ ହୋଇଥିବା ଅପିଲକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଦେବା ପରେ ନିର୍ବାଚନ ଆରମ୍ଭ ହୋଇଛି।

ଏହି ଉପନିର୍ବାଚନରେ ୫୯ ଜଣ ପ୍ରାର୍ଥୀ ଲଢ଼ୁଥିବା ବେଳେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଛି। ଏଆଇଡିଏମ୍‌କେ ପକ୍ଷରୁ ଇ. ମଧୁସୂଧନନ୍‌, ବିରୋଧୀ ଡିଏଏମ୍‌କେରୁ ମୁଧୁ ଗଣେଶ ଏବଂ ଏଆଇଡିଏମ୍‌କେରୁ ଅଲଗା ହୋଇଥିବା ଟିଟିଭି ଦିନକରଣ ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି।

ନିର୍ବାଚନରେ ଅର୍ଥ ଦୁରୂପଯୋଗ କରି ବିଜୟ ପାଇଁ ଚେଷ୍ଟା କରାଯାଉଛି ବୋଲି ଭାଜପା ପକ୍ଷରୁ ଅଭିଯୋଗ କରି ଏହାକୁ ବାତିଲ କରିବାକୁ ଦାବି କରାଯାଇଥିଲା। ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚେନ୍ନାଇ ପୋଲିସ କମିଶନର ଏ.କେ.ବିଶ୍ୱନାଥନ୍‌ କହିଛନ୍ତି, “ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ଆମେ ଚେଷ୍ଟା କରୁଛୁ। ଏଣୁ ୧୫ ପ୍ଲାଟୁନ୍‌ ଫୋର୍ସ ସହ ୩,୦୦୦ ପୋଲିସଙ୍କୁ ନିୟୋଜିତ କରାଯାଇଛି।”

Previous ArticleNext Article

Send this to a friend