ସୈଫ ତନୟ ତୈମୁରଙ୍କୁ ୧.୩୦ କୋଟିର ଶିଶୁ ଦିବସ ଭେଟି,  ଉପହାରଟି କ’ଣ ଜାଣିବାକୁ ଚାହାନ୍ତି କି?

ମୁମ୍ବାଇ: ଆଜି ଶିଶୁ ଦିବସ। ଏହି ଅବସରରେ ବଲିଉଡ୍‌ର କ୍ୟୁଟ୍‌ ସେଲିବ୍ରିଟି ତୈମୁରଙ୍କୁ ତାଙ୍କ ବାପା ସୈଫ୍‌ଅଲ୍ଲୀ ଖାନ୍‌ ଏକ ଖାସ ଉପହାର ଦେଇଛନ୍ତି। ସେହି ଉପହାରର ମୂଲ୍ୟ ୧.୩୦ କୋଟି ଟଙ୍କା। ତେବେ ଚାଲନ୍ତୁ ଜାଣିବା ସେ ଦାମୀ ଉପହାରଟି କ’ଣ?

ଛୋଟେ ନବାବ ସୈଫ ଅଲ୍ଲୀ ଖାନ୍‌ ଏକ ନୂଆ ଏସ୍‌ଆର୍‌ଟି ଜିପ୍‌ କିଣିଛନ୍ତି। ଶିଶୁଦିବସ ଅବସରରେ ସୈଫଙ୍କ ଫଟୋ ଉଠାଯାଉଥିବା ବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଏହି ଶିଶୁ ଦିବସରେ ସେ ତାଙ୍କ ପୁଅକୁ କଣ ଗିଫ୍ଟ ଦେଉଛନ୍ତି ବୋଲି। ଆଉ ଏହି ପ୍ରଶ୍ନର ଉତ୍ତରରେ ସୈଫ୍‌ ଏକ ରୋଚକ ଉତ୍ତର ଦେଇଥିଲେ। ନିଜ ନୂଆ ଗାଡିକୁ ଦେଖାଇ ସେ ଏହାକୁ ତାଙ୍କ ପୁଅର ଉପହାର ବୋଲି କହିଥିଲେ ।୧.୩୦କୋଟି ଟଙ୍କାର ଏହି ଗାଡିର ପଛପଟେ ଛୋଟ ଛୁଆଙ୍କୁ ଦୁର୍ଘଟଣା ସମୟରେ ସୁରକ୍ଷିତ ରଖିବାକୁ ଏକ ଥଳି ରହିଛି। ଯାହାକି ତୈମୁରଙ୍କୁ ସୁରକ୍ଷିତ ରଖିବ। ପିତା ହିସାବରେ ପୁଅର ସୁରକ୍ଷା ସବୁଠାରୁ ବଡ ପ୍ରସଙ୍ଗ । ଏଣୁ ଏହା ହିଁ ତୈମୁରଙ୍କ ଶିଶୁ ଦିବସ ଭେଟି ବୋଲି ସେ କହିଥିଲେ।

ଏହି କାରରେ ପ୍ରଥମ ରାଇଡ୍‌ସ ସେ ତୈମୁରଙ୍କ ସାଙ୍ଗରେ ନେବେ ବୋଲି କହିଛନ୍ତି।  ତୈମୁରଙ୍କୁ ଚେରି ରେଡ୍‌ କଲର କାର ଖୁବ୍‌ ପସନ୍ଦ ଆସିବ ବୋଲି ଆଶା କରୁଛନ୍ତି ବୋଲି କହି ହସି ଦେଇଥିଲେ।

Previous ArticleNext Article

Send this to a friend