ନୋଟ୍‌ ଅଚଳକୁ ସମର୍ଥନ କଲେ ଶତ୍ରୁଘ୍ନ

ShatrughanSinha

ନୂଆଦିଲ୍ଲୀ: ନିଜ ଦଳ ବିରୋଧରେ ସବୁବେଳେ ଯାଉଥିବା ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା କେନ୍ଦ୍ର ସରକାରଙ୍କର ୫୦୦ ଓ ୧୦୦୦ ଟଙ୍କା ଅଚଳ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏନେଇ ସେ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି,“କଳାଧନ କାରବାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ୍‌ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି। କଳାଧନ କାରବାର ରୋକିବା ପାଇଁ ଏହା ହେଉଛି ମୋଦିଙ୍କ ସାହାସିକ ଓ ବୁଦ୍ଧିମାନ ପଦକ୍ଷେପ।”

ଶତ୍ରୁଘ୍ନ ଆହୁରି କହିଛନ୍ତି,“କଳାଧନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଦେଶର ହିତ ପାଇଁ। ୫୦୦ ଓ ୧୦୦୦ ଟଙ୍କା ନୋଟ୍‌ ଅଚଳ ହେବା  ଯୋଗୁଁ ଲୋକମାନଙ୍କୁ ଅସୁବିଧା ହେଉଛି।  କିନ୍ତୁ ପରେ ଏହାର ସୁଫଳ ମିଳିବ।”

Previous ArticleNext Article

Send this to a friend