ପୁଣିଥରେ ଖୋଲିବ ୮୪ ଶିଖ୍ ଦଙ୍ଗା ଫାଇଲ

violence

ନୂଆଦିଲ୍ଲୀ: ପୁଣି ଥରେ ଯାଞ୍ଚ ହେବ ୧୯୮୪ ଶିଖ ଦଙ୍ଗା ମାମଲା।   ଘଟଣାରେ ସଂପୃକ୍ତ ୧୮୬ଟି ମାମଲାକୁ ଶୁଣାଣି କରିବେ କୋର୍ଟ । ତଦନ୍ତକାରୀ ସଂସ୍ଥା ଏସ୍ଆଇଟି ଏହି ସମସ୍ତ ଆବେଦନକୁ ବନ୍ଦ କରିଦେଇଥିଲା।   ଯାହା ବିରୋଧରେ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ତ ହୋଇଥିଲେ ଆବେଦନକାରୀ । ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆବେଦନକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।  କୋର୍ଟ ମାମଲାର ତଦନ୍ତ ପାଇଁ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।    ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠନ ହେବ ତିନି ଜଣିଆ କମିଟି।  ଶିଖ ଦଙ୍ଗା ପରେ ମୋଟ ୨୯୩ଟି ମାମଲାରୁ ୨୪୦ଟି ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଏସ୍ଆଇଟି।  ଯାହାକୁ ନେଇ ସନ୍ଦେହ ପ୍ରକଟ କରିବା ସହ ଆପତ୍ତି ଉଠାଇଥିଲେ ଅଦାଲତ ।

ତେବେ ଏନେଇ ରିପୋର୍ଟ ଦାଖଲ କରି କେନ୍ଦ୍ର ନିଜ ପକ୍ଷ ରଖିଥିଲା।  ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା ପରେ ଦେଶର ଶିଖଙ୍କ ଉପରେ ଆକ୍ରମଣ ହୋଇଥିଲା। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ଶିଖ ପରିବାରଙ୍କୁ ଦିନ ଦ୍ୱିପହରରେ ହତ୍ୟା କରିଥିଲେ ଦୁବୃର୍ତ୍ତ।  ଦଙ୍ଗାରେ ଦୁଇ ହଜାର ୮ ଶହ ଜଣ ପ୍ରାଣ ହରାଇଥିବା ବେଳେ ସେଥିରୁ କେବଳ ୨୧ ଶହ ଜଣ ଥିଲେ ଦିଲ୍ଳୀରୁ  ।

Previous ArticleNext Article

Send this to a friend