ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ : ୪ ସୁରକ୍ଷାକର୍ମୀ ସହିଦ

jammu_kashmir

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବାରାମୁଲ୍ଲା ଜିଲ୍ଲାରେ ଅଘଟଣ। ବିସ୍ଫୋରଣରେ ଜମ୍ମୁ କାଶ୍ମୀର ପୋଲିସର ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି।  ଏଥିସହ ୨ଜଣ ପୋଲିସ ଗୁରୁତର ଆହତ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୋପୋର ଟାଉନରେ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା।  ବିସ୍ପୋରଣର ମାତ୍ରା ଏତେ ଅଧିକ ଥିଲା ଯେ ସେଠାରେ ଥିବା ୩ଟି ଦୋକାନ ପୂରା ଧ୍ୱଂସ ହୋଇଯାଇଛି।  ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।  ବିସ୍ଫୋରଣ ପରେ ପୂରା ସୋପର ସହରକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି।

ଗତକାଲି ସୀମାରେ ବିସ୍ପୋରକ ସାମଗ୍ରୀ ଥିବା ଖବର ପାଇ ସେନା ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଅପରେସନ ବେଳେ କିଛି ବିସ୍ଫୋରକ ଓ ବୋମାକୁ ସେନା ନିଷ୍କ୍ରିୟ କରିଥିଲା। କିଛିଦିନ ତଳେ ଆତଙ୍କବାଦୀଙ୍କ ଆକ୍ରମଣରେ ପୁଲୱାମାର ସିଆରପିଏଫ୍‌ ଟ୍ରେନିଂ ସେଣ୍ଟରରେ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡାଙ୍କ ସହ ୫ଜଣ ସହିଦ ହୋଇଥିଲେ।

 

Previous ArticleNext Article

Send this to a friend