ପୁଣି ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ ଉଦ୍ୟମ, ଯୋଜନାକୁ ପଣ୍ଡ କରିଦେଲା ସିଆରପିଏଫ୍‌

j&s

ଶ୍ରୀନଗର: ସୁଞ୍ଜୱାନ ଆର୍ମି କ୍ୟାମ୍ପରେ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ଫଳରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଘଟଣା ପରେ ଜମ୍ମୁ ଅଞ୍ଚଳରେ ସେନା ସର୍ଚ୍ଚ ଅପରେସନ୍‌ ଜୋରଦାର କରିଥିବା ବେଳେ ପୁଣି ଥରେ ଆତଙ୍କବାଦୀମାନେ ସମାନ ଢଙ୍ଗରେ ସେନା କ୍ୟାମ୍ପକୁ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରିଛନ୍ତି। ଏପରି ଘଟିଛି ଶ୍ରୀନଗରର କରନ ନଗରରେ ଥିବା ଆର୍ମି କ୍ୟାମ୍ପ ପାଖରେ। ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ଏକେ-୪୭ ଧରି ଦୁଇଜଣ ଆତଙ୍କବାଦୀ ସେନା କ୍ୟାମ୍ପ ଆଡ଼କୁ ଅଗ୍ରସର ହେଉଥିବା ବେଳେ ସିଆରପିଏଫ୍‌ ଯବାନଙ୍କ ନଜରରେ ପଡ଼ିଯାଇଥିଲେ। ଆତଙ୍କବାଦୀଙ୍କୁ ଦେଖିବା ମାତ୍ରେ ଯବାନ ଗୁଳି ଚଲାଇବା ଆରମ୍ଭ କରିଦେଇଥିଲେ। ଫଳରେ ଆତଙ୍କବାଦୀମାନେ ଘଟଣା ସ୍ଥଳ ଛାଡି ଖସି ପଳାଇଥିଲେ। ଆତଙ୍କବାଦୀଙ୍କୁ ଧରିବାକୁ ଅଞ୍ଚଳରେ ଯନାବ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି।

ସିଆରପିଏଫ୍‌ର ଏହି ୨୩ ବାଟାଲିୟନର ହେଡକ୍ୱାର୍ଟର୍ସ ଏସ୍‌ଏମ୍‌ଏଚ୍‌ଏସ୍‌ ହସ୍ପିଟାଳ ପାଖରେ ରହିଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଆତଙ୍କବାଦୀମାନେ ଏହି ହସ୍ପିଟାଲ ଉପରେ ଆକ୍ରମଣ କରି ତାଙ୍କର ଜଣେ ସାଥୀଙ୍କୁ ଖସାଇ ନେଇଥିଲେ।

ଶନିବାର ଦିନ ସୁଞ୍ଜୱାନ ଆର୍ମି କ୍ୟାମ୍ପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ ୫ ଜଣ ଯବାନ ସହିଦ ହୋଇଯାଇଥିଲେ। ଏହି ଆକ୍ରମଣରେ ସମ୍ପୃକ୍ତି ଥିବା ୪ ଜଣ ଆତଙ୍କବାଦୀଙ୍କୁ ଯବାନ ନିପାତ କରିବାକୁ ସକ୍ଷମ ହୋଇଥିଲେ।

Previous ArticleNext Article

Send this to a friend