ବଢିଲା ଝିଅର ନିଜ ରୁଚିରେ ଜୀବନ ବଞ୍ଚିବାର ଅଧିକାର ଅଛି: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବଢିଲା ଝିଅଟିଏ ଉପରେ ଆମ ସମାଜରେ ଅନେକ କଟକଣା ରହିଛି। ବାପା, ମାଆଙ୍କଠାରୁ ଆରମ୍ଭ କରି ଅଭିଭାବକ ଓ ସମାଜର ବରିଷ୍ଠମାନେ ଝିଅଟିଏ ପାଇଁ ହିଁ କଟକଣା କରିଥାନ୍ତି। କେମିତି କଥା କହିବେ, କେମିତି ଚାଲିବ ପୁଣି କେମିତି ପୋଷାକ ପିନ୍ଧିବେ ସବୁ ଝିଅଟିର ଅଭିଭାବକଙ୍କ ଉପରେ ହିଁ ନିବଦ୍ଧ ଥାଏ। ଯାହାଦ୍ୱାରା ଝିଅଟି ପ୍ରାପ୍ତ ବୟସ୍କ ହୋଇଥିଲେ ମଧ୍ୟ ନିଜେ ସ୍ୱାଧୀନଚେତା ଭାବେ କୌଣସି କାର୍ଯ୍ୟ କରିପାରି ନ ଥାଏ। ଏହି କଟକଣାକୁ ଦୃଷ୍ଟିରେ ରଖି ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାଏ ଦେଇଛନ୍ତି।

ଜଣେ ପ୍ରାପ୍ତ ବୟସ୍କା ଯୁବତୀ ନିଜ ଇଚ୍ଛା ମୁତାବକ ଜୀବନକୁ ଉପଭୋଗ କରିବାର ସମ୍ପୁ ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି। ମୁଖ୍ୟ ନ୍ୟାୟାଧିଶ ଦୀପକ ମିଶ୍ର ଏବଂ ଜଷ୍ଟିସ୍‌ ଏ.ଏମ୍‌ ଖାନ୍‌ୱିଲକର ଓ ଡି.ୱାଇ ଚନ୍ଦ୍ରଚୂଡଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି, “ପ୍ରାପ୍ତ ବୟସ୍କ ହେବା ପରେ ଜଣେ ଯୁବତୀ ହେଉ ବା ଯୁବକ ତା ଇଚ୍ଛାରେ ସମାଜରେ ଚଳିପାରିବ।

ଗୋଟିଏ ଝିଅ ଆଇନ୍‌ତଃ ନିଜର ସ୍ୱତନ୍ତ୍ରତା ଓ ଆନନ୍ଦକୁ ନେଇ ନିଜ ଜୀବନ ଧାରଣ କରିପାରିବ। ଏଥିରେ ମା’ ବାପା କିମ୍ୱା କୌଣସି ସୁପର ଗାର୍ଡିଏନ୍‌ ବା ଅଭିଭାବକ କୌଣସି ହସ୍ତକ୍ଷେପ କରିବାର ଅଧିକାର ନାହିଁ।”

Previous ArticleNext Article

Send this to a friend