ନୂଆ ବର୍ଷ ପୂର୍ବରୁ ଆକ୍ରମଣ: ୫ ଯବାନ ସହିଦ, ୨ ଆତଙ୍କବାଦୀ ନିହତ

crpf

ନୂଆଦିଲ୍ଲୀ: ନୂଆ ବର୍ଷର ଗୋଟିଏ ଦିନ ପୂର୍ବରୁ କାଶ୍ମୀରର ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ହମ୍‌ଲା ହୋଇଛି। ଆତ୍ମଘାତୀ ଆତଙ୍କବାଦୀମାନେ ଅବନ୍ତିପୁରାର ଲିଥପୋରା ସ୍ଥିତ ସିଆର୍‌ପିଏଫ୍ କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି। ଟ୍ରେନିଂ କ୍ୟାମ୍ପ ପରେ ହୋଇଥିବା ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଛି।

ଆତଙ୍କବାଦୀମାନେ ରାତି ପ୍ରାୟ ୨ଟା ୧୦ରେ କ୍ୟାମ୍ପ ଭିତରେ ପଶିଥିଲେ। ସେମାନେ ପ୍ରଥମେ ଗ୍ରେନେଡ୍ ଫିଙ୍ଗି ଆକ୍ରମଣ କରିଥିଲେ। ଏହା ପରେ ସେମାନେ ଆଖିବୁଜା ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ପାଲଟା ଜବାବ ଦେବା ପରେ ସେମାନେ କ୍ୟାମ୍ପ ପରିସରରେ ଏକ ଚାରି ମହଲା କୋଠା ଭିତରେ ପଶି ଯାଇଥିଲେ। ସେମାନେ ଚତୁର୍ଥ ମହଲାକୁ ଚଢ଼ି ଯାଇ ସେଠାରୁ ଗୁଳି ଚଳାଇଥିଲେ।

Previous ArticleNext Article

Send this to a friend