ସାତ ଦିନରେ କୋଟିପତି: ବଦଳିଲା ରୋଜାଙ୍କ ଭାଗ୍ୟ

କଥାରେ ଅଛି ଭଗବାନ ଜବ୍ ଦେତା ହୈ ତୋ ଛପର ଫାଡକେ ଦେତାହେ। ଅର୍ଥାତ୍ ଭଗବାନ ଯେବେ ପ୍ରସନ୍ନ ହୁଅନ୍ତି ସବୁ ଶୁଖ ଏକାବେଳକେ ଅଜାଡି ଦିଅନ୍ତି। ଏଭଳି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାରେ ଜଣେ ୧୯ ବର୍ଷୀଆ ଯୁବତୀ ରୋଜାଙ୍କର ହଠାତ୍ ଭାଗ୍ୟ ବଦଳିଛି। ଗୋଟିଏ ସପ୍ତାହରେ କୋଟି କୋଟି ଟଙ୍କାରେ ମାଲିକ ହୋଇ ପାରିଛନ୍ତି।

ଆମେରିକାର ରୋଜା ଡୋମିନିଗ୍ୱେଜ୍‌ଙ୍କୁ ଲଟେରି ଟିକେଟ୍ କିଣିବାକୁ ଭଲ ପାଆନ୍ତି। ସେଥିପାଇଁ ପ୍ରତିଦିନ କିଛି କିଛି ଡଲାର ସଂଗ୍ରହ କରି ଲଟେରି ଟିକେଟ୍ କିଣି ନିଜର ଭାଗ୍ୟ ପରୀ‍କ୍ଷା କରନ୍ତି ରୋଜା। କିନ୍ତୁ ପ୍ରତ୍ୟକ ଥର ତାଙ୍କୁ ନିରାଶ ହେବାକୁ ପଡୁଥିଲା। ସେଦିନ ତାଙ୍କ ଭାଗ୍ୟରେ କିଛି ଅଲଗା ଲେଖାଥିଲା। ସବୁଥର ପରି ସେଦିନ ରୋଜା ଲଟେରି ଟିକେଟି କିଣିଥିଲେ।  ଆଉ ହଠାତ୍ ଏକ ଲକ୍ଷ ଡଲାର ଜିତିଥିଲେ। ଏକ ଲକ୍ଷ ଡଲାର ଜିତିଲା ପରେ ରୋଜାଙ୍କ ଖୁସିର ସୀମା ରହିଲା ନାହିଁ। ପୁଣି ମାର୍କେଟ ଯାଇ ଆଉ ଗୋଟିଏ ଲଟେରି ଟିକେଟ୍ କିଣି ଆଣିଲେ। ସେଥିରେ ବି ସେ ଜିତିଥିଲେ ୫ ଲକ୍ଷ ଡଲାର।  ତା’ପରେ ଆରମ୍ଭ ହୋଇଗଲା ଲଟେରି ଟିକେଟ କିଣିବା। ଚାହୁଁ ଚାହୁଁ ରୋଜା ଗୋଟିଏ ସପ୍ତାହ ମଧ୍ୟରେ ୪ କୋଟି ୨୩ ହଜାର ଟଙ୍କାର ମାଲିକ ହୋଇଗଲେ। ମୋଟା ରକମର ଟଙ୍କା ଜିତି ସାରିବା ପରେ ବେସ ଖୁସି ଅଛନ୍ତି ରୋଜା। ଏବେ ଏହି ଟଙ୍କାକୁ ସେ କିପରି ଖର୍ଚ୍ଚ କରିବେ ସେଥିପାଇଁ ତାଲିକା ତିଆରି କରିବାରେ ବ୍ୟସ୍ତ ଅଛନ୍ତି ରୋଜା।

Previous ArticleNext Article

Send this to a friend