ଗୋମାଂସ ଖାଇ ଭାରତ ଆସି ପାରିବେ ବିଦେଶୀ ପର୍ଯ୍ୟଟକ: ପର୍ଯ୍ୟଟନ ମନ୍ତ୍ରୀ

Tourism-Minister

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଦେଶୀ ପର୍ଯ୍ୟଟକ ନିଜ ଦେଶରେ ଗୋମାଂସ ଖାଇ ଭାରତକୁ ଆସି ପାରିବେ। ଏପରି ପରାମର୍ଶ ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ କେ. ଆଲଫନସ। ଦେଶରେ କୌଣସି ଖାଦ୍ୟ ନୀତି ଲାଗୁ ହେବ ନାହିଁ ବୋଲି ଶପଥ ଗ୍ରହଣ ଉତ୍ସବ ପରେ କହିଥିବା ଆଲଫନସ ତାଙ୍କ ମତ ବଦଳାଇଛନ୍ତି।

ଗୋ ସୁରକ୍ଷା  ଓ  ଗୋମାଂସ ଖାଇବା ଉପରେ କଟକଣା କରାଯାଇଥିବାରୁ ଦେଶରେ ପର୍ଯ୍ୟଟନ ପ୍ରଭାବିତ ହେଉଛି କି ବୋଲି ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଏକଥା କହିଛନ୍ତି।

ଶପଥ ଗ୍ରହଣ ପରେ ଗୋମାଂସ ଖାଇବା ନେଇ ବିଜେପି ପକ୍ଷରୁ କିଛି କଟକଣା ନାହିଁ ବୋଲି ସେ କହିଥିଲେ। ଏଥିସହ କେରଳ ଓ ଗୋଆରେ ଗୋମାଂସ ଖାଇବା ଏବେ ବି ଚାଲୁ ରହିଛି ବୋଲି ସେ ଉଦାହରଣ ଦେଇଥିଲେ।

Previous ArticleNext Article

Send this to a friend