ଜାଭା, ଜାକାର୍ତ୍ତାରେ ଭୂକମ୍ପ, ଜଣେ ମୃତ

ନୂଆଦିଲ୍ଲୀ: ଗତ ମଧ୍ୟରାତ୍ରିରେ  ଭୂକମ୍ପରେ ଥରିଛି ଇଣ୍ଡୋନେସିଆ। ଯାହା ପ୍ରଭାବରେ ଜଣେ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି। ଏହି ଭୂକମ୍ପ ଅନୁଭବ ହେବା ପରେ ସୁନାମୀ ସତର୍କତା ସୂଚନା ଦିଆଯାଇଛି। ଶୁକ୍ରାବର ରାତିରେ ଅନୁଭୁତ ଏହି ଭୁକମ୍ପକୁ ତିବ୍ରତା ରିକ୍ଟର ସ୍କେଲରେ ୬.୫ ବୋଲି ରେକର୍ଡ କରାଯାଇଛି। ଦେଶର ରାଜଧାନୀ ଜାକର୍ତ୍ତା ଓ ଦେଶର ସବୁଠାରୁ ଅଧିକ ଜନବହୁଳ ଦ୍ୱୀପ ଜାଭାରେ ଏହା ଅନୁଭବ ହୋଇଛି।

ଭୂକମ୍ପର ତୀବ୍ର ଝଟ୍‌କା ଯୋଗୁ ଅନେକ କୋଠାବାଡି ନଷ୍ଟ ହୋଇଛି। ଭୁପୃଷ୍ଠରୁ ୯୧ କିମି ତଳେ ଏହା କେନ୍ଦ୍ରୀଭୁତ ହୋଇଥିଲା। ବହୁ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେରୁ ଅଧିକ ବ୍ୟକ୍ତି ମୃତାହତ ହୋଇଥିବା ସମ୍ପର୍କରେ କୌଣସି ସୂଚନା ଏ ଯାଏଁ ମିଳିନାହିଁ ବୋଲି କୁହାଯାଇଛି। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଜାଭା ତଟବର୍ତ୍ତି ଅଞ୍ଚଳରେ ସୁନାମୀ ସତର୍କ ସୂଚନା ଦିଆଯାଇଛି। କୌଣସି ବ୍ୟକ୍ତି ବା ମତ୍ସଜିବୀ ସମୁଦ୍ର ମଧ୍ୟକୁ ନ ଯିବାକୁ କୁହାଯାଇଛି।

Previous ArticleNext Article

Send this to a friend