କିଏ ପିନ୍ଧିବ ୟୁପି ମୁକୁଟ, ସସପେନ୍ସ ଜାରି

amitmodi

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉତ୍ତରପ୍ରଦେଷରେ ସସପେନ୍ସ ଜାରି। ଚଳିତ ନିର୍ବାଚନରେ ବିଜେପି ଅନ୍ୟ ଦଳକୁ ଧୂଳି ଚଟାଇ  ବିପୁଳ ଭୋଟରେ ବାଜିମାତ କରିଛି । ଏହାରି ମଧ୍ୟରେ ସପ୍ତାହେରୁ ଅଧିକ ବିତିଗଲାଣି । ହେଲେ ଏଯାଏଁ ନିଜ ଦଳର ନେତା ବାଛିପାରୁନି ଦଳ। ୟୁପିରେ କିଏ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବ ତାହା ସ୍ଥିର ହୋଇପାରୁନି। ବିଜେପି ପକ୍ଷରୁ ରଣନୀତି ଚାଲୁଛି। ହେଲେ ନିଷ୍କର୍ଷ ବାହାରିପାରୁନି ।

ତେବେ ସବୁ  ପ୍ରତିକ୍ଷାର ଅନ୍ତ ଘଟାଇ ବିଜପି ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଏନେଇ ଆଜି ଲକ୍ଷ୍ନୌରେ ବିଜେପିର ବିଧାୟକ ଦଳ ବୈଠକ ବସିବାର କର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ମୋଦି ଘୋଷଣା କରିପାରନ୍ତି। ତେବେ ସମସ୍ତଙ୍କ ନଜର କେନ୍ଦ୍ରରେ ଟେଲିକମ ମନ୍ତ୍ରୀ  ଥିବା ମନୋଜ ସିହ୍ନା ଏବଂ ୟୁପିର ରାଜ୍ୟ ବିଜପି ସଭାପତି କେଶବ ମୌର୍ଯ୍ୟଙ୍କ ଉପରେ ରହିଛି। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ନେଇ ମଧ୍ୟ କଳ୍ପନା ଜଳ୍ପନା  ଜାରହିଛି। ଅନ୍ୟପକ୍ଷରେ ଯୋଗୀ ଆଦିତ୍ୟନାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ହେଲେ ଏମାନଙ୍କ ମଧ୍ୟରୁ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଦେ‌ଖିବାର ବାକ ରହିଲା।

ସୂଚନା ଅନୁଯାୟୀ, ଗତ ରବିବାର ବିଜେପିର ଏକ ସଂସଦୀୟ ଦଳ ବୈଠକ ବସିଥଲା। ଏଥିରେ  ମୁଖ୍ୟମନ୍ତ୍ର ପ୍ରାର୍ଥୀ ବାଛିବା ପାଇଁ ଅମିତ ଶହାହାଙ୍କୁ ଦାୟତ୍ୱ ଦିଆଯାଇଥିଲା। କିନ୍ତୁ  କାହାରି ନାମ ଘୋଷଣା କରାଯାଇ ନ ଥିଲା।

Previous ArticleNext Article

Send this to a friend