ସିରିଆର ମିଲିଟାରୀ ଏୟାରବେସରେ ଆମେରିକାର ମିସାଇଲ୍‌ ମାଡ଼

us_syria

ଡମାସ୍‌କସ୍‌: ସିରିଆ ଉପରେ ଆମେରିକା ମିସାଇଲ୍‌ ଆକ୍ରମଣ କରିଛି। ସିରିଆର ବିଦ୍ରୋହୀଙ୍କ କବଜାରେ ଥିବା ଅଞ୍ଚଳରେ  କେମିକାଲ୍‌ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସିରିଆରେ  ମିଲିଟାରି ଏୟାରବେସକୁ ଲକ୍ଷ୍ୟ କରାଯାଇ ଆମେରିକା ଏକ ଯୁଦ୍ଧଜାହାଜରୁ ୫୦ଟି କ୍ରୁଇଜ୍‌ ମିସାଇଲ୍‌ ମାଡ଼ କରିଛି। ଏନେଇ ପେଣ୍ଟାଗନର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି।

ପ୍ରଥମ ଥର ପାଇଁ ସିରିଆର ବସାର ଅସଦ ସରକାର ଉପରେ ଆମେରିକା ସିଧାସଳଖ ଆକ୍ରମଣ କରିଛି। କେମିକାଲ ଆକ୍ରମଣ ପରେ ସିରିଆ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଟ୍ରମ୍ପ୍‌ ପୂର୍ବରୁ ଚେତାବନୀ ଦେଇଥିଲେ।

ଆମେରିକାର ଆକ୍ରମଣ ପରେ ଋଷ ଓ ଇରାନ ଏହାକୁ ବିରୋଧ କରିବାର ଆଶଙ୍କା ରହିଛି। ୬ବର୍ଷ ହେଲା ସିରିଆର ଗୃହ ଯୁଦ୍ଧ ଲାଗି ରହିଛି। କିଛିଦିନ ତଳେ ଉତ୍ତର ସିରିଆର ଇଦ୍‌ଲିବ୍‌ ଅଞ୍ଚଳରେ ରାସାୟନିକ ଆକ୍ରମଣ ହୋଇଥିଲା। ଏଥିରେ  ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ରାସାୟନିକ ଗ୍ୟାସ୍‌ ପ୍ରଭାବରେ ୪୦୦ରୁ ଅଧିକ ଅସୁସ୍ଥ ହୋଇଥିଲେ।

Previous ArticleNext Article

Send this to a friend