ଆସନ୍ତାକାଲି ନିର୍ଦ୍ଧାରଣ ହେବ ଉତ୍ତରାଖଣ୍ଡ ସରକାରଙ୍କ ଭାଗ୍ୟ

harish1

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭାରେ ଆଜି ସରିଛି ଆସ୍ଥା ଭୋଟ୍‌ । ଏଥିରେ ବିଜୟୀ ହେବା ନେଇ ଆଶାବାଦୀ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାୱତ୍। ହରୀଶ ଦାବି କରିଛନ୍ତି ଯେ ତାଙ୍କ ସପକ୍ଷରେ ୩୪ ସଦସ୍ୟଙ୍କ ସମର୍ଥନ ରହିଛି। ୭୦ ଆସନ ବିଶିଷ୍ଟ ବିଧାନସଭାରେ ଆଜି ୬୧ ଜଣ ସଦସ୍ୟ ଭୋଟ୍‌ ଦେଇଥିଲେ। ଆସ୍ଥାଭୋଟ୍ ପାଇଁ ଆଜି ଦୁଇଘଣ୍ଟା ପାଇଁ ରାଷ୍ଟ୍ରପତି  ଶାସନକୁ ପ୍ରତ୍ୟାହର କରି ନିଆଯାଇଥିଲା। ଆସ୍ଥା ଭୋଟ୍‌ ସମୟରେ ସମସ୍ତ କାର୍ଯ୍ୟଧାରା ରେକର୍ଡ କରି ସୁପ୍ରିମ୍‌କୋର୍ଟଙ୍କ ନିକଟକୁ ପଠାଇ ଦିଆଯାଇଛି। ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ଆସ୍ଥାଭୋଟ ଫଳାଫଳ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ ପରେ କୋର୍ଟ ଏ ନେଇ ବିଧିବଦ୍ଧ ଘୋଷଣା କରିବେ। ଅନ୍ୟପକ୍ଷରେ ବିଏସ୍‌ପିର ଦୁଇ ବିଧାୟକ ହରୀଶ ରାୱତଙ୍କ ସପକ୍ଷରେ ଭୋଟ୍‌ ଦେଇଥିବା କହିଛନ୍ତି ବିଏସ୍‌ପି ସୁପ୍ରିମୋ ମୟାବତୀ।

Previous ArticleNext Article

Send this to a friend