ଯୁବରାଜ ଓ ହେଜଲଙ୍କ ବିବାହ ସମ୍ପନ୍ନ

untitled

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଁଣ୍ଡର ଯୁବରାଜ ସିଂହଙ୍କର ବିବାହ ସମ୍ପନ୍ନ ହୋଇଛି। ସେ ଆଜି ଶିଖ୍‌ ରୀତିନୀତିରେ ଅଭିନେତ୍ରୀ ହେଜଲଙ୍କୁ ବିବାହ କରିଛନ୍ତି। ମେରୁନ୍‌ ରଙ୍ଗର ସାରୱାନୀ ଯୁବରାଜ ପିନ୍ଧିଥିବା ବେଳେ ହେଜଲ ଲେହେଙ୍ଗ ପରିଧାନ କରିଥିଲେ।

ଚଣ୍ଡିଗଡ଼ଠାରୁ ୪୦ କଲୋମିଟର ଦୂର ଫତେଗଡ଼ ସାହେବ ଗୁରୁଦ୍ୱାରାରେ ଆୟୋଜିତ ବିବାହ ଉତ୍ସବରେ ଦୁଇ ପରିବାର ସଦସ୍ୟ ଓ ସମ୍ପର୍କିୟମାନେ ଯୋଗଦେଇଥିଲେ। ଏହାଛଡ଼ା ଯୁବରାଜଙ୍କ ପ୍ରିୟ ସାଙ୍ଗ ହରଭଜନ ମଧ୍ୟ ବିବାହ ଉତ୍ସବରେ ଯୋଗଦେଇଥିଲେ।

Previous ArticleNext Article

Send this to a friend