ମାଓ ହିଂସାକୁ ବିରୋଧ କରି ମରାଗଲା ପୋଷ୍ଟର

maoist

ମାଲକାନଗିରି: ମାଓ ହିଂସାକୁ ବିରୋଧ କରି ମାଲକାନଗିରି ଜିଲ୍ଲା କାଲିମେଳା ଓ ବଣ୍ଡାଘାଟି ଅଞ୍ଚଳରେ ପୋଷ୍ଟର ମରାଯାଇଛି। ଆଦିବାସୀ ଏକତା ମଞ୍ଚ ନାଁରେ ଏହି ପୋଷ୍ଟର ମରାଯାଇଛି।  ମାଓବାଦୀମାନେ ବିକାଶ କାମକୁ ବିରୋଧ  କରିବା ସହ ପୋଲିସ ଇନଫର୍ମର ନାଁରେ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବାରୁ ପୋଷ୍ଟରରେ ପ୍ରତିବାଦ କରାଯାଇଛି।

ଗତ ଦୁଇ ଦିନ ଭିତରେ ମାଲକାନିଗିରି ଜିଲ୍ଲାରେ ୨ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଏହାସହିତ ବଣ୍ଡାଘାଟିର ଥଣ୍ଡାହାଲରେ ରାସ୍ତା କାମରେ ନିୟୋଜିତ ଥିବା ୪ଟି ଟ୍ରାକ୍ଟର,ଗୋଟିଏ ଜେସିବି, ଗୋଟିଏ ପ୍ରୋକଲିନ୍, ଗୋଟିଏ ଟିପର ଓ ଗୋଟିଏ  ରୋଲ୍‌ର ସହ କ୍ୟାମର ଭଳି ଅନେକ ସାମଗ୍ରୀରେ ନିଆଁ ଲଗାଇ ଦେଇଥିଲେ।

Previous ArticleNext Article

Send this to a friend