ଆଜି ମାତୃ ଦିବସ: ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ

mother

ପୁରୀ: ମାତୃ ଦିବସରେ ମାଆ ଓ ସନ୍ତାନର ମମତାକୁ ନେଇ ପୁରୀ ବେଳାଭୂମିରେ ନିଜର ହାତର ଯାଦୁ ଦେଖାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ। ପୁରୀ ବେଳାଭୂମିରେ ସୁଦର୍ଶନ ମାତୃ ଦିବସର ଶୁଭେଚ୍ଛା ଜଣାଇବା ସହ ସମସ୍ତ ମାତୃ ଜାତିକୁ ସମ୍ମାନ ଜଣାଇଛନ୍ତି। ଲେଖିଛନ୍ତି salute to all mothers, we love you। ସେହିପରି ପୁରୀ  ଲାଇଟ ହାଉସ ବେଳାଭୂମିରେ ମାନସ  ସାହୁ ମଧ୍ୟ ମାତୃ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା କଳା ମାଧ୍ୟମରେ। କେବଳ  ଦିନଟେ ନୁହେଁ ଚିରଦିନ ପାଇଁ ସନ୍ତାନମାନେ ମାଆକୁ ସମ୍ମାନ, ଶ୍ରଦ୍ଧା ଓ ନିସ୍ୱାର୍ଥପର ସେବା କରିବା ଆବଶ୍ୟକ ବୋଲି ମାନସ କହିଛନ୍ତି।

Previous ArticleNext Article

Send this to a friend