ଭାଲୁ ଆକ୍ରମଣରେ ଜଣେ ମୃତ

angul

ଅନୁଗୋଳ: ଭାଲୁ ଆକ୍ରମଣରେ କୋଶୋରନଗର ଥାନା କରଡ଼ଙ୍ଗବାହାଳ ଗାଁର ହୃଦାନନ୍ଦ ସାହୁଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ହୃଦାନନ୍ଦ ମହୁଲ ସଂଗ୍ରହ କରିବାକୁ  ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।  ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

SHARE THIS

RELATED ARTICLES

LEAVE COMMENT