ଆସିଲେନି କପିଳେଶ୍ୱର, ବିଳମ୍ୱିତ ରାତିରେ ଏକାକୀ ଚାପ ଖେଳିଲେ ଲିଙ୍ଗରାଜ

temple

ଭୁବନେଶ୍ୱର: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ବିନ୍ଦୁସାଗରରେ ଏକାକୀ ଚାପ ଖେଳିଲେ ମହାପ୍ରଭୁ ଲିଙ୍ଗରାଜ। ଗତକାଲି ଦିନ ତମାମ କପିଳେଶ୍ୱରଙ୍କ ଅପେକ୍ଷା କରାଯାଇଥିଲେ ମଧ୍ୟ ତାଙ୍କ ସେବାୟତମାନେ ବିନ୍ଦୁସାଗରକୁ ଆସି ନ ଥିଲେ। କପିଳେଶ୍ୱରଙ୍କୁ ଆଣିବା ଲାଗି ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ଆଗରେ ରାତି ସାରା ଲିଙ୍ଗରାଜଙ୍କ ସେବାୟତମାନେ ଧାରଣାରେ ବସିଥିଲେ। ପରମ୍ପରା ଭାଙ୍ଗିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନ ସୂଚନା ଦେବା ପରେ ବିଳମ୍ୱିତ ରାତିରେ ଲିଙ୍ଗରାଜଙ୍କ ଚାପ ଖେଳ ଅନୁଷ୍ଠିତ ହୋଇଥିଲା।

ଏ ନେଇ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ପକ୍ଷରୁ କପିଳେଶ୍ୱର ଟ୍ରଷ୍ଟ ବୋର୍ଡ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦାୟର କରାଯାଇଛି।

ସେବାୟତଙ୍କ ବିବାଦ ଯୋଗୁଁ କପିଳେଶ୍ୱର ଚାପ ଖେଳିବାକୁ ଆସି ନ ପାରି ମଣିକର୍ଣ୍ଣିକା ପୋଖରୀରେ ଚାପ ଖେଳିଥିଲେ। କପିଳନାଥ ଆସିବା ପରେ  ବିନ୍ଦୁସାଗରରେ ମହାପ୍ରଭୁ ଲିଙ୍ଗରାଜ ଏକାଠି ଚାପ ଖେଳିବାର ପରମ୍ପରା ରହିଛି।

Previous ArticleNext Article

Send this to a friend