ବଲାଙ୍ଗିର: ଆଜିଠୁ ପୁଣି ଉଚ୍ଛେଦ କରାଯିବ ଟିମନର ବେଆଇନ ଘର

timan

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାରର ଲର୍କିପାଲି ସ୍ଥିତ ସରକାରୀ ଜମିରେ ନିର୍ମାଣ କରିଥିବା ଘର ଆଜିଠୁ ପୁଣି ଉଚ୍ଛେଦ କରାଯିବ। ମେସିନ୍ ଅଭାବରୁ ସୋମବାରଠାରୁ ପୌରସଂସ୍ଥା ଜବରଦଖଲ ଉଚ୍ଛେଦ ସ୍ଥଗିତ ରଖିଥିଲା। ଅନ୍ୟପକ୍ଷେ ଅସୁସ୍ଥତା ପାଇଁ ବୁର୍ଲା ବଡ଼ ମେଡିକାଲରେ ଟିମନକୁ ଭର୍ତ୍ତି କରାଯାଇଛି।

 ଗତ ୮ ତାରିଖ ସଂଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ଟିମନକୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା। ଟିମନର ସୁଗାର ଓ ବ୍ଲଡ ପ୍ରେସର ବଢ଼ି ଯାଇଥିବା ଜଣାପଡ଼ିଥିଲା। ବଲାଙ୍ଗିରରେ କାର୍ଡିଓଲୋଜି ଚିକିତ୍ସା ସୁବିଧା ନ ଥିବାରୁ  ଟିମନକୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Previous ArticleNext Article

Send this to a friend