ବରଗଡ଼ରେ କିଡନୀ ରୋଗ ଆତଙ୍କ; ୩ମାସରେ ଗଲାଣି ୮ଜୀବନ

mm

ବରଗଡ଼: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାରେ କିଡନୀ ରୋଗ ଆତଙ୍କ। ଗତ ୩ ମାସ  ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ ୨ ନାବାଳକଙ୍କ ସହ   ୮ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ଗାଁରେ ଥିବା ନଳକୂପରୁ ପ୍ରଦୂଷିତ ଜଳ ପିଇ ଏହି ରୋଗ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।  ନଳକୂପର ପାଣି ପରୀକ୍ଷା କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ପ୍ରଶାସନ  ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ବରଗଡ଼ ଜିଲ୍ଲାପାଳ କହିଛନ୍ତି, “ଗାଁକୁ ଯାଇ ଏନେଇ ତଦନ୍ତ କରାଯିବ। ସମସ୍ୟାର ସମାଧାନ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ  ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦି‌ଆଯାଇଛି।”

Previous ArticleNext Article

Send this to a friend