ବରଗଡ଼ରେ ଛାତ୍ରୀଙ୍କୁ ଅସଦାଚରଣର ଭାଇରାଲ ଭିଡିଓ ପ୍ରଘଟ ହେବା ପରେ, ବନ୍ଧା ହେଲେ ୬

arrest

ବରଗଡ଼: ବରଗଡ଼ ଜିଲ୍ଲାରେ ଛାତ୍ରୀଙ୍କୁ ଅସଦାଚରଣର ଭିଡ଼ିଓ ଭାଇରାଲ ଘଟଣାରେ ୪ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ଜଣଙ୍କୁ ସ୍ଥାନୀୟ ପୋଲିସ୍ ଆଜି ଗିରଫ କରିଛି। ଭିଡିଓ ପ୍ରଘଟ ହେବା ପରେ ଶନିବାର ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ଟିମ୍ ଗଠନ ହୋଇଥିଲା। ଶେଷରେ ଆଜି ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି।  ସେମାନେ ହେଲେ ଉମାକାନ୍ତ ଭୋଇ, ଜୟପ୍ରକାଶ ଭୋଇ, ଅଜିତ ବାରିକ, ହୋତାସନ୍ ହାତୀ,ସାହିଲ ବାରିକ ଓ ନୂତନ ବାରିକ।

ସୂଚନାଯୋଗ୍ୟ, ଗତକାଲି ସୋସିଆଲ ମିଡିଆରେ ଏକ ଲଜ୍ଜାଜନକ ଭିଡିଓ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା।  ଜଣେ କଲେଜ ଛାତ୍ରୀଙ୍କୁ କିଛି ଯୁବକ ଅସଦାଚରଣ କରୁଥିବା ଭିଡିଓରୁ ସ୍ପଷ୍ଟ ହୋଇଥିଲା।  କଲେଜ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ କିଛି ଯୁବକ ସଂପୃକ୍ତ ଛାତ୍ରୀ ଜଣଙ୍କୁ ଅସଦାଚରଣ କରୁଥିଲେ। ଛାତ୍ରୀ ଜଣକ ସେହି ଯୁବକମାନଙ୍କ କବଳରୁ ଖସିବା ପାଇଁ ବହୁ କାକୁତି ମୀନତି ମଧ୍ୟ ହେଉଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା।

Previous ArticleNext Article

Send this to a friend