ରାଜଧାନୀରେ ଜାଲ୍‌ନୋଟ୍ କାରବାର, ମାଷ୍ଟରମାଇଣ୍ଡ ଗିରଫ  

pp

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ଜାଲ୍ ନୋଟ୍ ଛପା ଘଟଣାର ମାଷ୍ଟମାଇଣ୍ଡ କୁହାଯାଉଥିବା ରାଜକିଶୋର ଟୁଡୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ତାଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଗିରଫ କରାଯାଇଛି। ସେ ଚେନ୍ନାଇରୁ ଫେରୁଥିବା ବେଳେ ପୋଲିସ୍ ତାଙ୍କୁ ଗିରଫ କରିଥିଲା।

ଏହି ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପଚରାଉଚରା ବେଳେ ସେମାନେ ରାଜକିଶୋର ବିଷୟରେ କହିଥିଲେ। ଏ ଘଟଣାରେ ଆଉ ଦୁଇ ଜଣ ଫେରାର ଅଛନ୍ତି।

ସାଲିଆସାହିର ଏକ ଘରୁ କମିଶନରେଟ୍ ପୋଲିସ୍ ଚଢ଼ାଉ ବେଳେ ଛାପା ଯନ୍ତ୍ରାଂଶ ସହ କାଗଜ ଜବତ କରିଥିଲା।

Previous ArticleNext Article

Send this to a friend