ବାଇକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ଉମରକୋଟ (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଆରଟିଓ ଅଫିସ୍‌ ସମ୍ମୁଖରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି। ଫଳରେ ସୁବାସ ପାଇକ, ନାରାୟଣ ଗୌଡ଼ଙ୍କ ମୃତ୍ୟୁ ହୋଇଯାଇଛି। ଜଣେ ଆହତ ହୋଇଛନ୍ତି। ତାଙ୍କୁ ନବରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାରେ ମୃତ ଓ ଆହତଙ୍କ ଘର ପାପଡ଼ାହାଣ୍ଡି ଅଞ୍ଚଳରେ ବୋଲି ଜଣାପଡ଼ିଛି।

Previous ArticleNext Article

Send this to a friend