ବଣାଇ: ପୋଲ ତଳକୁ ଟ୍ରାଭେରା ଖସି ୨ ମହିଳା ମୃତ, ୪ ଗୁରୁତର

accident

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲହୁଣିପଡ଼ା ଥାନା ଅନ୍ତର୍ଗତ ବିର୍ତ୍ତୋଳ ପୋଲ ତଳକୁ ଆଜି ସକାଳେ ଏକ ଟ୍ରାଭେରା ଖସି ପଡ଼ିବାରୁ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ମା’ଝିଅ। ଝିଅର ନାଁ ଚରତି ଦାସ ବୋଲି ଜଣାପଡ଼ିଥିବା ବେଳେ ମା’ଙ୍କ ନାଁ ଜଣାପଡ଼ି ନାହିଁ।  ୪ ଜଣ ଗୁରୁତର ଆହତଙ୍କୁ ପ୍ରଥମେ ବଣାଇ ଡାକ୍ତରଖାନା ପରେ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି।

ଏମାନେ ସମସ୍ତେ ରାଉରକେଲା ଗୋପବନ୍ଧୁପାଲି ଟିମ୍ୱର କଲୋନୀ ବାସିନ୍ଦା ବୋଲି ଜଣାପଡ଼ିଛି। ବ୍ରହ୍ମପୁରରୁ ଏମାନେ ରାଉରକେଲା ଯାଉଥିଲେ।

Previous ArticleNext Article

Send this to a friend