ଚକଲେଟ୍‌ ଦେବାକୁ ଡାକି…

ଯାଜପୁର(ଓଡ଼ିଶା ରିପୋର୍ଟର): ଚକଲେଟ୍‌ ଦେବା ପାଇଁ ଦୋକାନ ଭିତରକୁ ଡାକିଲା। ନାବାଳିକା ଜଣକ ଜାଣିପାରିନଲା ଦୋକାନୀର ଚାଲ। ଚକଲେଟ୍‌ ପାଇଁ ଗଲା ପରେ ଦୋକାନ ଭିତରେ ନାବାଳିକାକୁ ଅସଦାଚରଣ କରାଯାଇଥିଲା। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଘଟିଛି।

ନୂଆବୀର ଗ୍ରାମର ଜନୈକ ମହିଳା ଆଧାର କାର୍ଡ ଜେରକ୍ସ ପାଇଁ ନିଜ ନାବାଳିକା ଝିଅକୁ ବିତନା ହାଟକୁ ପଠାଇଥିଲେ। ନାବାଳିକା ଜଣକ ଜେରକ୍ସ କରି ଘରକୁ ଫେରୁଥିବା ବେଳେ ଜଣେ ପାନ ଦୋକାନୀ ଚକେଲଟ ଦେବା ବାହାନାରେ ଡାକିଥିଲେ। ଚକଲେଟ୍‌ ଲୋଭରେ ନାବାଳିକା ଜଣକ ଦୋକାନ ଭିତରକୁ ଯାଇଥିଲା। ଏହାର ସୁଯୋଗ ନେଇ ଦୋକାନୀ ତାକୁ ଅସଦାଚରଣ କରିଥିଲା। ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲା। ଏହାକୁ ନେଇ ବିତନା ହାଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକ ଓ ଗାଁ ଲୋକେ ଦୋକାନରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ଦୋକାନୀକୁ ଅଟକ ରଖିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୋକାନୀକୁ ଗିରଫ କରିଛି।

Previous ArticleNext Article

Send this to a friend