ଫେରିଲା କୋଇଲା କେଳେଙ୍କାରୀ: ଦିଲୀପ ରାୟଙ୍କ ସମେତ ୪ ଜଣଙ୍କ ନାଁରେ ଚାର୍ଜଫ୍ରେମ୍‌

16dilip

ଭୁବନେଶ୍ୱର: କୋଇଲା ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ବିଧାୟକ ଦିଲୀପ ରାୟଙ୍କ ବିରୋଧରେ ଚାର୍ଜଫ୍ରେମ୍‌। ଆଜି ଦିଲ୍ଲୀ ସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଦିଲୀପଙ୍କ ସହ ୪ ଜଣଙ୍କ ନାଁରେ ଚାର୍ଜ ଫ୍ରେମ୍‌ କରାଯାଇଛି।

କାଷ୍ଟ୍ରୋନ୍‌ ଟେକ୍ନୋଲୋଜି ଲିମିଟେଡ୍‌ ନାମକ ସଂସ୍ଥାକୁ ୧୯୯୯ରେ ଝାଡ଼ଖଣ୍ଡ ବ୍ରହ୍ମାଡିହା କୋଇଲା ଖଣି ଦିଆଯାଇଥିଲା। ସେତେବେଳେ ଏନ୍‌ଡିଏ ସରକାରରେ କୋଇଲା ମନ୍ତ୍ରୀ ଥିଲେ ଦିଲୀପ ରାୟ। ତେବେ ହୋଇଥିବା ଅନିୟମିତତାରେ ଦିଲୀପଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏହି ମାମଲରେ ଦିଲୀପଙ୍କ ସମେତ ପୂର୍ବତନ ଅତିରିକ୍ତ କୋଇଲା ସଚିବ ପ୍ରଦୀପ କୁମାର ବାନାର୍ଜୀ, ପୂର୍ବତନ ଆଡଭାଇଜର ନିତ୍ୟାନନ୍ଦ ଗୌତମ ଓ କାଷ୍ଟ୍ରୋନ୍‌ ଟେକ୍ନୋଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ମଧ୍ୟ ମାମଲାରେ ଟ୍ରାଏଲଭୁକ୍ତ ହେବେ।

ଦିଲୀପ କହିଛନ୍ତି,“୧୯୯୯ରେ ତତ୍କାଳୀନ ଏନ୍‌ଡିଏ ସରକାରରେ ମୁଁ ଖଣି ମନ୍ତ୍ରୀ ଥିବା ବେଳେ ଜଣେ ବିଜେପି ସାଂସଦ ତଥା କାଷ୍ଟ୍ରୋନ୍‌ ଟେକ୍ନୋଲୋଜି ମାଲିକ ପି.କେ ଅଗ୍ରୱାଲଙ୍କୁ ଏକ ଖଣି ଦେବାକୁ ପ୍ରସ୍ତାବ ଆସିଥିଲା। ଏହାକୁ ପୁନଃ ଅନୁଧ୍ୟାନ ପାଇଁ ମୁଁ କୋଇଲା ମନ୍ତ୍ରଣାଳୟକୁ ପଠାଇଥିଲି। କିନ୍ତୁ ଏହାକୁ ଏକ ଭୁଲ ସୁପାରିଶ ବୋଲି ସିବିଆଇ ଦର୍ଶାଇଛି। ସ୍ୱତନ୍ତ୍ର ସ୍କ୍ରିନିଂ କମିଟି ଦ୍ୱାରା ଯାଞ୍ଚ ପରେ ଖଣି ଆବଣ୍ଟନ ହୋଇଥାଏ। ଉକ୍ତ ସ୍କ୍ରିନିଂ କମିଟିରେ ମୁଁ ସଦସ୍ୟ ନ ଥିଲି।”

ସେ ଆହୁରି ମଧ୍ୟ କହିଛନ୍ତି,“ଓଡ଼ିଶା ରାଜନୀତିକୁ ଫେରିବା ପରେ ତତ୍କାଳୀନ ୟୁପିଏ ସରକାର ମୋ ବିରୋଧରେ ପ୍ରତିଶୋଧମୂଳକ ରାଜନୀତି ସ୍ୱରୂପ ମାମଲା ଚଳାଇଥିଲେ।”

Previous ArticleNext Article

Send this to a friend