୫୭ ନେତା ଦାଗୀ, ଜାଣନ୍ତୁ କେଉଁ ଦଳର କେତେ

Neta

ଭୁବନେଶ୍ୱର: ରାଜ୍ୟର ୫୨ ବିଧାୟକ ଓ ୫ ସାଂସଦଙ୍କ ବିରୋଧରେ ରହିଛି କ୍ରିମିନାଲ୍ କେସ୍‌ ବା ଫୌଜଦାରୀ ମାମଲା। ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କ ନାଁରେ ଅଛି ସଂଗୀନ୍ ମାମଲା। ୨୦୧୪ ନିର୍ବାଚନ ସମୟରେ ଜନ ପ୍ରତିନିଧିମାନେ ଦାଖଲ କରିଥିବା ସତ୍ୟପାଠ ଆଧାରରେ ଏଭଳି ଚମକାଇଲା ଭଳି ତଥ୍ୟ ପ୍ରକାଶ କରିଛି ଓଡ଼ିଶା ଇଲେକ୍ସନ ଓ୍ୱାଚ୍ ଓ  ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ। ଏହି ତାଲିକାରେ ସବୁଠାରୁ ଅଧିକ ୩୨ ଜଣ ବିଧାୟକ ଅଛନ୍ତି ଶାସକ ବିଜୁ ଜନତା ଦଳର। କଂଗ୍ରେସର ୯ ଓ ବିଜେପିର ୮ ବିଧାୟକଙ୍କ ନାଁରେ ରହିଛି କ୍ରିମିନାଲ୍ କେସ୍।

ରାଜ୍ୟର ୨୧ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୩ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ବିଜେଡିର ହୋଇଥିବା ବେଳେ ଆଉ ଜଣେ ବିଜେପିର। ବିଜେଡିର ୮ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ଏକମାତ୍ର ସାଂସଦଙ୍କ ନାଁରେ ବି ରହିଛି କ୍ରିମିନାଲ୍ କେସ୍।

ଜନ ପ୍ରତିନିଧିଙ୍କ ବିରୋଧରେ ହତ୍ୟା, ଅପହରଣ ଓ ଦୁଷ୍କର୍ମ ଭଳି ସଂଗୀନ ମାମଲାକୁ ନେଇ ସାରା ଦେଶରେ ଉଦ୍‌ବେଗ ପ୍ରକାଶ ପାଇଛି। ୨୦୧୪ ସୁଦ୍ଧା ଦେଶର ୧୫୮୧ ଜଣ ଜନ ପ୍ରତିନିଧିଙ୍କ ବିରୋଧରେ ୧୩,୫୦୦ରୁ ଅଧିକ ମାମଲା ଥିଲା। ଏସବୁ ମାମଲାର ବିଚାରରେ  ଅହେତୁକ ବିଳମ୍ବ ଘଟୁଥିବାରୁ ସେଗୁଡ଼ିକର ତ୍ୱରିତ ଶୁଣାଣି ଲାଗି ୧୨ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ସରକାର ଗତକାଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।

Previous ArticleNext Article

Send this to a friend