ଦୋଇକାଲୁ ଷ୍ଟେସନ୍‌ ବିସ୍ଫୋରଣ ଘଟଣା: ମାଲବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ

train

ରାୟଗଡ଼ା: ରାୟଗଡା ଜିଲ୍ଲା ଦୋଇକାଲୁ ଷ୍ଟେସନ୍‌ ବିସ୍ଫୋରଣ ପରେ ଅଟିକି ରହିଥିବା ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଯାଞ୍ଚ ଶେଷ ହେବା ରେ ରାୟଗଡା-ଅମ୍ବାଦଳା ମଧ୍ୟରେ ମାଲବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।

ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି। ଡିଜିପି କେବି ସିଂହ କହିଛନ୍ତି,“ଏହା ଓଡ଼ିଶାରେ ପ୍ରଥମ ଘଟଣା। ଆମେ ଏହାକୁ ଗୁରୁତ୍ୱର ସହ ନେଇଛୁ। ଘଟଣା ସ୍ଥଳରେ ଏସ୍‌ପି, ଏସ୍‌ଓଜି, ସିଆରପିଏଫ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ମାଓବାଦୀଙ୍କୁ ଧରିବାକୁ କୋମ୍ବିଂ ଅପରେସନ ଆରମ୍ଭ ହୋଇଛି।”

Previous ArticleNext Article

Send this to a friend