ସାଇଭକ୍ତଙ୍କ ଅନୁଭୂତି ଉପରେ ଆଧାରିତ ‘ଶ୍ରଦ୍ଧା ସବୁରୀ’ର ଇଂରାଜୀ ଅନୁବାଦ ପୁସ୍ତକ ପୂଜନ

sradha

ଭୁବନେଶ୍ୱର:ସାଇଭକ୍ତଙ୍କ ଅନୁଭୂତି ଉପରେ ଆଧାରିତ ‘ଶ୍ରଦ୍ଧା ସବୁରୀ’ ର ଇଂରାଜୀ ଅନୁବାଦ ପୁସ୍ତକର ପୂଜନ ଉତ୍ସବ ଭୁବନେଶ୍ୱର ଇନଫୋସିସ୍ ଛକଠାରେ ଥିବା ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଛି । ଅଣ ଓଡିଆ ପାଠକ ପାଠିକାଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକ ପ୍ରକାଶ ପାଇଛି।  ପୁସ୍ତକର  ଇଂରାଜୀ ଅନୁବାଦ ସି.ଆର ଦାସ କରିଥିବା ବେଳେ ରଶ୍ମିରେଖା ରଥ ଏହାର ସଂପାଦନା କରିଛନ୍ତି।  ଏହି ପୂଜନ ଉତ୍ସବରେ ପୁସ୍ତକର ସଂପାଦିକା ରଶ୍ମିରେଖା ରଥ , ଅନୁବାଦକ ସି.ଆର୍. ଦାସ , ଓଡିଶା ଟେଲିଭିଜନ ଲିମିଟେଡ(ଓଟିଭି)ର ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା, ଓରଟେଲ କମୁନିକେସନ୍‌ ସିଇଓ ବିଭୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Previous ArticleNext Article

Send this to a friend