ଓ୍ୱାର୍ଲଡ ହକି ଲିଗ୍ ଫାଇନାଲ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା

Hockey

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଓ୍ୱାର୍ଲଡ ହକି ଲିଗ୍ ଫାଇନାଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହୋଇଛି କାର୍ଯ୍ୟସୂଚୀ। ଡିସେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ବିଶ୍ୱର ଟପ୍ ୮ଟି ଦଳ ଭାଗ ନେବେ। ଏହି ଟିମ୍‌ ଗୁଡ଼ିକୁ ଦୁଇଟି ପୁଲ୍‌ରେ ବିଭକ୍ତ  କରାଯାଇଛି। ପୁଲ୍‌-ଏରେ ଅଲିମ୍ପିକ୍ସ ଚାମ୍ପିୟନ୍ ଆର୍ଜେଣ୍ଟିନା ସହ ନେଦଲାଣ୍ଡ, ବେଲଜିୟମ୍ ଓ ସ୍ପେନ୍ ଥିବା ବେଳେ ପୁଲ୍-ବିରେ ଆୟୋଜକ ଭାରତ ସହ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଜର୍ମାନୀ ଓ ଇଂଲଣ୍ଡ ରହିଛନ୍ତି। ଡିସେମ୍ବର ୧ ତାରିଖ ଅପରାହ୍ନ ୪ଟା ୪୫ ମିନିଟରେ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଏହାପରେ ସାଢେ ୭ଟାରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଡିସେମ୍ୱର ୧୦ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।

Previous ArticleNext Article

Send this to a friend