ଭୁବନେଶ୍ୱର: ଆୟକର ବିଭାଗ ପକ୍ଷରୁ ବିଭିନ୍ନ ଜୁଏଲରୀରେ ଚଢାଉ

incom-tax

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଜୁଏଲରୀରେ ଆୟକର ବିଭାଗ ପକ୍ଷରୁ ଚାଲିଥିବା ଚଢାଉ ତୃତୀୟ ଦିନରେ ପହଞ୍ଚିଛି। ବିଭାଗୀୟ ଅଧିକାରୀମାନେ ଜୁଏଲରୀର ସିସିଟିଭି ଫୁଟେଜ ଯାଞ୍ଚ ସହ କ୍ୟାସ୍‌ ରେକର୍ଡ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରାଯାଉଛି।

ଅଢେଇ ଲକ୍ଷ ଟଙ୍କାର ଗହଣା କିଣା ଉପରେ ପ୍ୟାନ ନମ୍ବର ରହିଛି କି ନାହିଁ ତା’ ଉପରେ ବି ଆୟକର ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି।

୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ପରେ ଅନେକ କଳାଧନ ମହଜୁଦକାରୀ ବିପୁଳ ପରିମାଣରେ ସୁନା କିଣୁଥିବା ଅଭିଯୋଗ ଆସିବା ପରେ ଆୟକର ବିଭାଗ ପକ୍ଷରୁ ଏପରି ଚଢାଉ ଆରମ୍ଭ ହୋଇଛି। ଯାଞ୍ଚ ବେଳେ ସୁନା କିଣାବିକାରେ ବେଆଇନ କାରବାର ହୋଇଥିବା ଜଣାପଡିଲେ ସମସ୍ତ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend