ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

jee mail

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଜେଇଇ ମେନ୍‌ ରେଜଲ୍ଟ। ଜେଇଇର ନିଜସ୍ୱ ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଚଳିତବର୍ଷ ସମଗ୍ର ଦେଶରେ ୧୨ ଲକ୍ଷ ପିଲା ଏଣ୍ଟ୍ରାନ୍ସ ଦେଇଥିଲେ। ସେଥିମଧ୍ୟରେ ଓଡ଼ିଶାରୁ ୪୫,୦୦୦ ଛାତ୍ରଛାତ୍ରୀ ଥିଲେ।

ଜେଇଇ ମେନ୍‌ ରାଙ୍କ ଅନୁସାରେ ଛାତ୍ରଛାତ୍ରୀମାନେ ଦେଶର ଥିବା ସମସ୍ତ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜରେ ଆଡମିସନ୍‌ କରିବେ। ଏହି ପ୍ରବେଶିକା ପରୀକ୍ଷାରେ ୨ ଲକ୍ଷ ୨୦ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜେଇଇ ଆଡଭାନ୍ସର ରାଙ୍କ ଅନୁସାରେ ଆଇଆଇଟିରେ ନାମଲେଖାର ସୁଯୋଗ ପାଇବେ।

ମେ‘ ୨୧ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବାକୁ ଥିବା ବେଳେ ଏପ୍ରିଲ ୨୮ ତାରିଖରୁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜେଇଇ ମେନ୍‌ ରେଜଲ୍ଟ ପରେ ଆଡଭାନ୍ସ କଟ୍‌ଅଫ୍‌ ପ୍ରକାଶ ପାଇବ।

Previous ArticleNext Article

Send this to a friend