କେନ୍ଦ୍ରାପଡ଼ାରୁ ଜବତ ଟଙ୍କାର ତଦନ୍ତ ଆରମ୍ଭ କଲା ଆୟକର ବିଭାଗ

note

କେନ୍ଦ୍ରାପଡ଼ା: ଗତକାଲି କେନ୍ଦ୍ରାପଡ଼ାରେ ପରେଶ ନାଥ ଶାହା ନାମକ ଜଣେ ସୁନା ବ୍ୟବସାୟୀଙ୍କ କାରରୁ ୨୫ ଲକ୍ଷ ୫୦ ହଜାର ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜବତ ଘଟଣାର ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛି।

ଆଜି ଆୟକର ବିଭାଗ ଅଧିକାରୀ କେନ୍ଦ୍ରାପଡ଼ା ଟାଉନ୍‌ ଥାନାକୁ ଯାଇ ସମସ୍ତ ଟଙ୍କାକୁ ଜବତ କରିବା ସହ ବ୍ୟବସାୟୀ ପରେଶକୁ କଟକକୁ ଆଣିଛନ୍ତି। କେଉଁ ପରିସ୍ଥିତିରେ ପରେଶଙ୍କ ପାଖକୁ ଏତେ ଟଙ୍କା ଆସିଲା, କାହିଁକି ଏତେ ଟଙ୍କା ଧରି କେନ୍ଦ୍ରାପଡ଼ା ଯାଉଥିଲେ ଓ ଜବତ ଟଙ୍କା ବ୍ଲାକ୍‌ମନି ନା ହ୍ୱାଇଟ୍‌ ତା’ର ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ।

ଗତକାଲି ପରେଶ ଟଙ୍କା ଧରି ଜଣେ ସହଯୋଗୀ ସହ ଏକ କାରରେ କେନ୍ଦ୍ରାପଡ଼ା ଯାଉଥିବା ବେଳେ କେନ୍ଦ୍ରାପଡ଼ା ପୋଲିସ ତାଙ୍କୁ ପିଛା କରି ତିନିମୁହାଣୀ ଛକରେ  ଧରିଥିଲା।

Previous ArticleNext Article

Send this to a friend