କୁଶେଇ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ବେଳେ ଜନତା-ପୋଲିସ୍‌ ମୁହାଁମୁହିଁ

kusai-bridge

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବେଲବାହଳିରେ ବିବାଦୀୟ କୁଶେଇ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି। କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକେ କାମକୁ ବିରୋଧ କରିଥିଲେ। ପରେ ଏହାକୁ ନେଇ ପୋଲିସ୍‌ ଓ ଜନତାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ୍ୟରେ ପରିଣତ ହୋଇଥିଲା। ଫଳରେ ପୋଲିସ୍‌ ଲାଠିଚାର୍ଜ ଓ ଟିୟର ଗ୍ୟାସ୍‌ ପ୍ରୟୋଗ କରିଥିଲା।

ଆଜି ସକାଳୁ କୁଶେଇ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣ କାମ ଆନନ୍ଦପୁର ପାର୍ଶ୍ୱରୁ ଆରମ୍ଭ ହୋଇଥିଲା। ଏଥିପାଇଁ ୨୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। କେନ୍ଦୁଝର ଏସ୍‌ପି ଓ ଜିଲ୍ଲାପାଳ  ଘଟଣାସ୍ଥଳରେ  ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।

Previous ArticleNext Article

Send this to a friend