ମହିଳା ଡାକ୍ତରଙ୍କ ଅସ୍ୱାଭାବିକ ମୃତ୍ୟୁ

sambalpur

କଟକ: ଜଣେ ମହିଳା ଡାକ୍ତରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମିତ୍ରା ବିଶ୍ୱାଳ। ସେ ସମ୍ବଲପୁର ବୁର୍ଲାରେ ଫାର୍ମାକୋଲୋଜି ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଗତକାଲି କଟକ ଖପୁରିଆ ପଞ୍ଚମୁଖୀ ମନ୍ଦିର ନିକଟରୁ ମୂମୁର୍ଷୁ  ଅବସ୍ଥାରେ ଉଦ୍ଧାର କରାଯାଇଥିଲା।  ଉଦ୍ଧାର ସମୟରେ ତାଙ୍କ ହାତରେ ଇଞ୍ଜେକସନ୍ ସିରିଞ୍ଜ ଥିବା ଦେଖିବାକୁ ମିଳିଥିଲା।  ୧୦୮ ଆମ୍ବୁଲାନ୍ସରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।

Previous ArticleNext Article

Send this to a friend